ମୋଦୀଙ୍କୁ ଭେଟିବା ପରେ କ’ଣ କହିଲେ ଆପଲ ସିଇଓ ଟିମ୍ କୁକ୍ ?

ନୂଆଦିଲ୍ଲୀ: ପ୍ରସିଦ୍ଧ ଟେକନଲୋଜୀ କମ୍ପାନି ଆପଲ୍ ସିଇଓ ଟିମ୍ କୁକ୍ ବୁଧବାରଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଶ୍ରୀ କୁକ୍ ଟ୍ୱିଟ୍ କରି ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶିକ୍ଷା ଓ ବିକାଶକାରୀଙ୍କଠାରୁ ଆରମ୍ଭ କରି ଉତ୍ପାଦନ ଏବଂ ପରିବେଶ ପର୍ଯ୍ୟନ୍ତ ଭାରତର ଭବିଷ୍ୟତ ଉପରେ ପ୍ରଯୁକ୍ତିବିଦ୍ୟାର ସକାରାତ୍ମକ ପ୍ରଭାବ ବିଷୟରେ ଆମେ ଆପଣଙ୍କ ଦୃଷ୍ଟିକୋଣକୁ ଅଂଶୀଦାର କରୁଛୁ, ଆମେ ସମଗ୍ର ଦେଶରେ ବିକାଶ ଏବଂ ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ । ଟିମ୍ ଙ୍କ ଟୁଇଟ୍କୁ ରିଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିବା ଏବଂ ଭାରତରେ ହେଉଥିବା ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ପରିବର୍ତ୍ତନ ବିଷୟରେ ଆଲୋଚନା କରି ସେ ଆନନ୍ଦିତ ।
ଆପଲ୍ ସିଇଓ କେନ୍ଦ୍ର ରେଳ, ଟେଲିକମ, ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଭେଟିଛନ୍ତି । ସେ ଗୁରୁବାର ଦିନ ଦିଲ୍ଲୀରେ ଆପଲର ପ୍ରଥମ ଅଫିସିଆଲ ଷ୍ଟୋରକୁ ଉଦଘାଟନ କରିବ । ଗତ ମଙ୍ଗଳବାର ମୁମ୍ବାଇରେ ଆପଲର ପ୍ରଥମ ଷ୍ଟୋର ଉଦ୍ ଘାଟନ ଅବସରରେ କୁକ୍ ମଧ୍ୟ ଉପସ୍ଥିତ ଥିଲେ। ସେ ଷ୍ଟୋରର କବାଟ ଖୋଲି ଗ୍ରାହକଙ୍କୁ ସ୍ୱାଗତ କରିଥିଲେ । ଦିଲ୍ଲୀରେ ଆପଲର ଷ୍ଟୋର ସାକେତର ସିଲେକ୍ଟ ସିଟିୱାକ୍ ମଲରେ ଖୋଲିବାକୁ ଯାଉଛି । ‘ଆପଲ ସାକେତ’ ନାମକ ଏହି ଷ୍ଟୋରର ଡିଜାଇନ୍ ଦିଲ୍ଲୀର ପୁରୁଣା କବାଟରୁ ଅନୁପ୍ରାଣିତ। ତେବେ ଆକାରରେ ଏହା ମୁମ୍ବାଇ ଷ୍ଟୋର ଠାରୁ ସାମାନ୍ୟ ଛୋଟ ।

Spread the love