ଅତିକ-ଅଶ୍ରରଫ ହତ୍ୟାକାଣ୍ଡ: ସୁପ୍ରିମକୋର୍ଟରେ ପହଞ୍ଚିଲେ ଯୋଗୀ ସରକାର

ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ଅଶ୍ରଫର ହତ୍ୟା ମାମଲାରେ ଉତ୍ତର ପ୍ରଦେଶ ସରକାର ବଡ ପଦକ୍ଷେପ ନେଇଛନ୍ତି । ଯୋଗୀ ସରକାର ସୁପ୍ରିମକୋର୍ଟରେ ଏନେଇ କ୍ୟାଭିଏଟ ଦାଖଲ କରିଛନ୍ତି । ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରି କୁହାଯାଇଛି ଯେ ୨୮ ଅପ୍ରେଲରେ ହେବାକୁ ଥିବା ଶୁଣାଣିରେ ତାଙ୍କ ପକ୍ଷ ଶୁଣିବା ପରେ ହିଁ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଉ । ଆଇନଜୀବୀ ବିଶାଲ ତିୱାରୀ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ଦାଖଲ କରିଥିଲେ । ଅତିକ- ଅଶ୍ରରଫ ହତ୍ୟାକାଣ୍ଡ ମାମଲାରେ ଶୀର୍ଷ ନ୍ୟାୟାଳୟ ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ଘଟଣାର ଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ । ଏହା ଉପରେ ଆସନ୍ତା ଅପ୍ରେଲ ୨୮ ତାରିଖରେ ଶୁଣାଣି ହେବ । ଉଚ୍ଚତମ ନ୍ୟାୟାଳୟଙ୍କ ପକ୍ଷରୁ ମାମଲର ଶୁଣାଣିର ଦୁଇ ଦିନ ପୂର୍ବରୁ ୟୁପି ସରକାର କ୍ୟାଭିଏଟ ଦାଖଲ କରିଛନ୍ତି । ଏହି ଶୁଣାଣି ଜଷ୍ଟିସ ଏନ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ଦିପଙ୍କର ଦତ୍ତଙ୍କ ବେଞ୍ଚରେ ହେବାକୁ ଯାଉଛିା

Spread the love