ସ୍ତ୍ରୀରୋଗ ବିଶେଷଜ୍ଞ ଡା.ନିଶା କୌଶିକ ପଟ୍ଟନାୟକଙ୍କୁ ଲଣ୍ଡନରେ ମିଳିଲା ସମ୍ମାନଜନକ ଅନ୍ତର୍ଜାତୀୟ ଡିଗ୍ରି

ଭୁବନେଶ୍ବର : ସ୍ବନାମଧନ୍ୟ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ନିଶା କୌଶିକ ପଟ୍ଟନାୟକ ଲଣ୍ଡନର ରୟାଲ କଲେଜ ଅଫ୍ ଅବଷ୍ଟେଟ୍ରିସିଆନ ଏଣ୍ଡ୍ ଗାଇନାକୋଲୋଜିଷ୍ଟର ସଦସ୍ୟ ମାନ୍ୟତା ହାସଲ କରିଛନ୍ତି । ନିକଟରେ ଲଣ୍ଡନରେ ଅନୁଷ୍ଠିତ ଏକ ଦୀକ୍ଷାନ୍ତ ସମାରୋହରେ ତାଙ୍କୁ ଏହି ସମ୍ମାନଜନକ ଡିଗ୍ରି ପ୍ରଦାନ କରାଯାଇଥିଲା ।

ଅନ୍ତର୍ଜାତୀୟସ୍ତରରେ ଖ୍ୟାତ ରୟାଲ କଲେଜ ଅଫ୍ ଅବଷ୍ଟେଟ୍ରିସିଆନ ଏଣ୍ଡ୍ ଗାଇନାକୋଲୋଜିଷ୍ଟର ସଦସ୍ୟ ମାନ୍ୟତା ପାଇବା  ଡାକ୍ତରୀ ବିଦ୍ୟା କ୍ଷେତ୍ରରେ ସର୍ବୋଚ୍ଚ ଦକ୍ଷତା ବୋଲି ବିଚାର କରାଯାଏ । ଯେଉଁ ବିଶେଷଜ୍ଞମାନେ ନିଜ କ୍ଷେତ୍ରରେ ଶ୍ରେଷ୍ଠ ଦକ୍ଷତା ହାସଲ କରିବାକୁ ଆଗ୍ରହୀ ସେମାନ‌େ ଏହି ଡିଗ୍ରି ନିମନ୍ତେ ପରୀକ୍ଷା ଦେଇଥାଆନ୍ତି। ଏହି ସଦସ୍ୟତା ପ୍ରଦାନ ପୂର୍ବରୁ କଲେଜ ପକ୍ଷରୁ ଏକ ତିନିସ୍ତରୀୟ ପରୀକ୍ଷା କରାଯାଏ । ଡାକ୍ତର ପଟ୍ଟନାୟକ ଏଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଡାକ୍ତର ପଟ୍ଟନାୟକ ଏବେ ଭୁବନେଶ୍ବର ସୂର୍ଯ୍ୟନଗର ସ୍ଥିତ ଫେମ୍ କ୍ଲିନକ୍/ସ୍ପୋର୍ଟସ୍ ସାଇନ୍ସ ଇଣ୍ଡିଆ ଓ ଆମ୍ରି ହସପିଟାଲରେରେ ଅବଷ୍ଟ୍ରେଟ୍ରିକ୍ସ ଓ ଗାଇନାକଲୋଜି କନସଲଟାଣ୍ଟ ଭାବେ କାର୍ଯ୍ୟକରୁଛନ୍ତି । ଏହି ସମ୍ମାନଜନକ ଡିଗ୍ରି ହାସଲ କରିବା ଅବସରରେ ସେ କହିଛନ୍ତି ଯେ ଏହି ଡିଗ୍ରି ହାସଲ ବେଳେ ସେ ଆହରଣ କରିଥିବା ଅନୁଭୂତି ମାନବ ସେବା କରିବାରେ ତାଙ୍କୁ ଆହୁରି ସହାୟକ ହେବ।

Spread the love