ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଲେ ଅବସରପ୍ରାପ୍ତ କର୍ମଚାରୀ ଫେଡେରେସନ

ଜଳେଶ୍ୱର : ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ଫେଡେରେସନ, ଜଳେଶ୍ୱର ପକ୍ଷରୁ ସଭାପତି ରାଜାରାମ କରଶର୍ମା , ସମ୍ପାଦକ ଡକ୍ଟର ଲଳିତ ରଂଜନ ସେନାପତି ଏବଂ ଉପଦେଷ୍ଟା ଖଗେନ୍ଦ୍ର ନାଥ ସାହୁ(ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ, ଜଳେଶ୍ବର)ଙ୍କ ନେତୃତ୍ୱରେ ଜଳେଶ୍ୱର ବିଡିଓ ଶ୍ରୀମତୀ ପୁନମ ରାଉତଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଏଥିରେ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ମାନଙ୍କୁ ଅନ୍ୟରାଜ୍ୟ ଭଳି ସୁବିଧା ପ୍ରଦାନ କରିବା, ଯଥା ନଗଦ ଟଙ୍କା ବିହୀନ ଚିକିତ୍ସା ସୁବିଧା ପ୍ରଦାନ ସହ ପ୍ରାରମ୍ଭିକ ଭାବେ ପ୍ରତି ମାସ ୫୦୦ ଟଙ୍କା ଚିକିତ୍ସା ଭତ୍ତା ପ୍ରଦାନ, ବର୍ଦ୍ଧିତ ପେନସନ୍ ବ୍ୟବସ୍ଥା ଅନ୍ୟ ରାଜ୍ୟ ଭଳି ୬୫ ବର୍ଷରୁ ଲାଗୁ କରିବା, ୨୦୦୪ ମସିହାରେ ଲାଗୁ କରା ଯାଇଥିବା ନୂଆ ପେନସନ ନିୟମକୁ ବାତିଲ କରି ପୁରୁଣା ପେନସନ ନିୟମକୁ ଲାଗୁ କରିବା,କେନ୍ଦ୍ର ଭଳି ୯ହଜାର ଟଙ୍କା ସର୍ବନିମ୍ନ ପେନସନ ଲାଗୁ କରିବା, କେନ୍ଦ୍ର ଭଳି ସର୍ବନିମ୍ବ ୨୦ବର୍ଷ ଚାକିରୀ କରିଥିଲେ ପେନସନ ଲାଗୁ କରିବା ତଥା ସମସ୍ତଙ୍କ ପାଇଁ ଏକ ପ୍ରକାର ପେନସନ ନିୟମକୁ ଲାଗୁ କରିବା,କରୋନା-୧୯ ପୂର୍ବପରି ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରାକାଳିନ ୫୦% ରିହାତି ପ୍ରଦାନ ଆଦି ଦାବି ଉପସ୍ଥାପନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ସୁନିଲ କୁମାର ନାୟକ, କାଳି ଚରଣ ପୃଷ୍ଠି, ଜ୍ୟୋତିଷ ଚନ୍ଦ୍ର କର , ଅନନ୍ତ ଦତ୍ତ, ସୁନିଲ ଗିରି, କମଳ ଲୋଚନ ମହାପାତ୍ର, କର୍ମଚାରୀ ନେତା ଶ୍ରୀମନ୍ତ କୁମାର ଘୋଷ,ଦୁର୍ଯ୍ୟୋଧନ ପୃଷ୍ଟି, ନିତ୍ୟାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love