ସରକାରୀ ସହାୟତା ଯୋଗାଇଦେବେ କହି ଫୋନ କରି ଠକି ନେଲେ ୨୮ ହଜାର ୫ଶହ ଟଙ୍କା

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡେକାସିନ୍ଧବା ଗାଁରେ ଗତ ଅଗଷ୍ଟ ମାସ ୨୦୨୨ରେ ଘଟିଥିଲା ଏକ ଠକେଇ  ଘଟଣା। ଡ଼େକାସିନ୍ଧବା ଗ୍ରାମର ମାମିନା ଦଳାଇଙ୍କ ବାପା ରୋଗରେ ପଡ଼ିଥିବାରୁ ସେ ସାମାଜିକ ଗଣମାଧ୍ୟମରେ ସହାୟତା ଲୋଡ଼ିଥିଲେ।  ତେବେ ମାମିନାଙ୍କ ଫୋନ ନମ୍ବର ପାଇ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିନ ଯେମାଦେଇପୁର ଗ୍ରାମର ଅଭିଷେକ ବଳ (୨୩) ମାମିନାଙ୍କୁ ସରକାରଙ୍କର ବିଭିନ୍ନ ସହାୟତା ସ୍କିମରୁ ସହାୟତା ଦେବେ କହି ଫୋନ କରି କହିଥିଲେ ତୁମକୁ ୨୫ ଲକ୍ଷ ଟଙ୍କା ମିଳିବ। ୨୫ ଲକ୍ଷ ଟଙ୍କା ଲୋଭ ମାମିନାଙ୍କୁ ଫସାଇଦେଲା ଅଭିଷେକଙ୍କ ଜାଲରେ ।

ମାମିନା ଟଙ୍କା ପାଇବା ଆଶାରେ  ଅଭିଷେକ ବଳକୁ ପ୍ରଥମେ ୭ହଜାର ତାପରେ ୬ ହଜାର ଓ ପରେ ୧୫ ହଜାର କରି ମୋଟ ୨୮ ହଜାର ଟଙ୍କା ଫୋନପେ ମାଧ୍ୟମରେ ଦେଇଥିଲେ। କିନ୍ତୁ ମିଳିନଥିଲା ୨୫ ଲକ୍ଷ । ତାପରେ ଅଭିଷେକଙ୍କ ଫୋନ ବନ୍ଦ ହୋଇଯାଇଥିଲା। ମାମିନା ସାହାଯ୍ୟ ପାଇବେ କଣ ଅତି ଲୋଭର ଶୀକାର ହୋଇ ଶେଷରେ ହତାଶ ହୋଇ ମୋହନା ଥାନାରେ ଅଭିଯୋଗ କରିଥିଲେ। ଘଟଣାକୁ ଗୁରୁତର ସହ ନେଇ ମୋହନା ଥାନା ଅଧିକାରୀ, ବସନ୍ତ କୁମାର ସେଠୀ ମୋବାଇଲ ଟ୍ରାକିଙ୍ଗ କରି ଅଭିଯୁକ୍ତକୁ ଗଜପତି ଜିଲ୍ଲା କାଶୀନଗରରୁ ଉଠାଇ ଆଣିଥିଲା। ଅଭିଷେଖକୁ ଡାକ୍ତରୀ ମଇନା କରାଯିବା ପରେ ଶନିବାର କୋର୍ଟ ଚଲାଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।

Spread the love