୫୦ ଟଙ୍କାରୁ କମ୍ ଦାମ୍‌ର ସେଓ ଆମଦାନି ନିଷିଦ୍ଧ

ନୂଆଦିଲ୍ଲୀ : ଇରାନରୁ କମ୍ ଦାମ୍‌ରେ ବିପୁଳ ପରିମାଣର ସେଓ ଆମଦାନି ହେଉଥିବାରୁ ତାହା କାଶ୍ମୀର ସେଓ ଦାମ୍‌କୁ ପ୍ରଭାବିତ କରୁଛି। ଏହାକୁ ନଜରରେ ରଖି କେଜି ପିଛା ୫୦ ଟଙ୍କାରୁ କମ୍ ଦାମ୍‌ର ସେଓ ଆମଦାନିକୁ ସରକାର ନିଷିଦ୍ଧ କରିଛନ୍ତି। ସେଓ ଦାମ୍‌, ବୀମା ଓ ପରିବହନ ଖର୍ଚ୍ଚକୁ ମିଶାଇବା ପରେ କେଜି ପିଛା ଦାମ୍ ୫୦ ଟଙ୍କା କିମ୍ବା ତା’ଠାରୁ କମ୍ ହେଲେ ସେହି ସେଓ ଆମଦାନି କରାଯାରିବ ନାହିଁ। ଗତ ଦୁଇ ବର୍ଷ ଭିତରେ ଇରାନରୁ ବିପୁଳ ସେଓ ଆମଦାନି ହେବା ପରେ କାଶ୍ମୀରର ସେଓ ଚାଷୀମାନେ ପ୍ରଭାବିତ ହୋଇଥିଲେ। ସେଓ ଚାଷ ହେଉଥିବା ଜମିକୁ ସେମାନେ ଅନ୍ୟ ଫସଲ ପାଇଁ ବ୍ୟବହାର କରିବା ଆରମ୍ଭ କରିଥିଲେ। ଚାଷୀମାନଙ୍କୁ ସେମାନଙ୍କ ସାମଗ୍ରୀ ଉଚିତ ମୂଲ୍ୟ ପ୍ରଦାନ କରିବା ଲାଗି ସୁଲଭ ମୂଲ୍ୟର ସେଓ ଆମଦାନିକୁ ନିଷିଦ୍ଧ କରାଯାଇଛି।

Spread the love