ବଙ୍ଗୋପସାଗରରେ ସୃଷ୍ଟି ହେଲା ‘ମୋକା’

ସୃଷ୍ଟି ହେଲା ବାତ୍ୟା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡ଼ ମୋକା ସୃଷ୍ଟି ହୋଇଛି । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆଜି ମଧ୍ୟରାତ୍ରି ସୁଦ୍ଧା ଭୀଷଣ ରୂପ ଧାରଣ କରିବ ବାତ୍ୟା । ମଧ୍ୟରାତ୍ରିରେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବ । ସମୁଦ୍ରକୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ ମୋକା । କାଲି ପୂର୍ବାହ୍‌ଣରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା ହେବ । ଏହାପରେ ଗତିପଥ ବଦଳାଇବା ସମ୍ଭାବନା ରହିଛି । ରିକର୍ଭ ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ୧୩ ତାରିଖ ସଂଧ୍ୟା ବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବା ସହ ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳ ମୁହାଁ ହେବ । ୧୪ ତାରିଖ ପୂର୍ବାହ୍ଣରେ ଲାଣ୍ଡଫଲ୍‌ କରିବ ମୋକା ।

ବାଂଲାଦେଶ ଓ ମିଆଁମାରରେ ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ଓ ଝଟକା ପବନ ୧୩୦ କିମି ରହିପାରେ । ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଭାବରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଆସନ୍ତା ୧୪ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମନା । ଓଡ଼ିଶାରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

Spread the love