ଝାରସୁଗୁଡ଼ା ଭୋଟ୍ ପରେ ବିଜେଡିର ବଡ଼ ବୟାନ: ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ଦୀପାଳି
ଭୁବନେଶ୍ବର: ଝାରସୁଗୁଡ଼ା ଭୋଟ୍ ପରେ ବିଜେଡି ପକ୍ଷରୁ ବଡ଼ ବୟାନ ଜାରି ହୋଇଛି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ଦୀପାଳି ଦାସ। ସେ ଆହୁରି କହିଛନ୍ତି, ଦୀପାଳି ଲୋକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି। ମତଦାନ ପାଇଁ ଲୋକଙ୍କକ ଆଗ୍ରହ ବଢ଼ିଛି। ମତଦାନ ପ୍ରତିଶତ ବଢ଼ିବା ବିଜେଡିକୁ ସୁହାଇବ। ଲୋକ ୫ ଥର ବିଜେଡି ସରକାରଙ୍କୁ ଭରସା କରିଛନ୍ତି। ସାଧାରଣ ନିର୍ବାଚନରେ ବିଜେଡି ଭଲ ବ୍ୟବଧାନରେ ଜିତିବ।