ଶକ୍ତି ମନ୍ତ୍ରୀ ଙ୍କ କଥା ଓ କାମରେ ଶକ୍ତି ନାହିଁ: ବାବୁ ସିଂ

ଭୁବନେଶ୍ୱର;ତା-୨୩/୦୫:-ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ବେଳେ ବାରମ୍ବାର ଓ ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଯାହା ଅସହ୍ୟ ଗରମରେ ସଙ୍ଘର୍ଷ କରୁଥିବା ସାଧାରଣ ଲୋକଙ୍କ ସମସ୍ୟା ଏବେ ଆହୁରି ଦ୍ୱିଗୁଣିତ ହୋଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜାରାଣୀ ମଣ୍ଡଳ ର ବରଗଡ, ବଡଗଡ ବ୍ରିଟ, ବ୍ରହ୍ମେଶ୍ୱର, ବିଜେବି ନଗର, ନାଗେଶ୍ଵର ଟାଙ୍ଗୀ ଓ ଚିନ୍ତାମଣିଶ୍ୱର୍ ଆଖ ପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଘନଘନ ଅଘୋଷିତ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ଗତ କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେତୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳି ପରିସ୍ଥିତିରେ OERC ର ବାରମ୍ବାର ବିଦ୍ୟୁତ୍ କାଟ ଲୋକ ମାନଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି। ରାଜ୍ୟ ସରକାରଙ୍କ OERC ସହ ଗୁପ୍ତ ବୁଝାମଣା ,ପ୍ରତିଦିନ ଅହେତୁକ ବିଦ୍ୟୁତ୍ କାଟ ପ୍ରତିବାଦରେ ରାଜାରାଣୀ ମଣ୍ଡଳ ପକ୍ଷରୁ ଆଜି ବଡଗଡ ସ୍କୁଲ ଛକରୁ ବିଜେବି ନଗର ସ୍ଥିତ ଇଲେକ୍ଟ୍ରି ସବଡ଼ିଭିଜନ ଅଫିସ୍ ପଯ୍ୟନ୍ତ ଅଭିନବ ଢଙ୍ଗରେ ସହ ସହ କର୍ମୀ ଲଣ୍ଟନ ଧରୀ ପଦଯାତ୍ରା ରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ କାଟ ହେବନାହିିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଏଭଳି ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ନାହିଁ ନଥିବା ଯାତନା ଭୋଗୁଛନ୍ତି ।
ରାଜ୍ୟର ଶକ୍ତି ମନ୍ତ୍ରୀ ବିଦ୍ୟୁତ୍ କାଟ ହେବ ନାହିଁ ଲୋକ ହଇରାଣ ହେବାକୁ ନାହିଁ ବୋଲି କହିଥିଲେ ତାର ପରଦିନ ଠାରୁ ପ୍ରତିଦିନ କ୍ରମାଗତ ଭାବରେ ଅଘୋଷିତ ବିଦ୍ୟୁତ୍ କାଟ ହେଉଛି କେଉଁଠି ଏକ ଘଣ୍ଟା ତ କେଉଁଠି ଅଧଘଣ୍ଟା ଯେଉଁ ଭଳି ଭାବରେ ରାଜ୍ୟ ସରକାର OERC ସାଙ୍ଗରେ ମିଳିତ ଭାବରେ ଗୁପ୍ତ ବୁଝାମଣା କରି ସାଧାରଲୋକଙ୍କ ଉପରେ ନାହିଁ ନଥିବା ଅତ୍ୟାଚାର କରୁଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ କୋଡ଼ିଏ ହଜାର କୋଟି ଟଙ୍କା OERC କୁ ଦେଇଥିଲେ ତାର ହିସାବ ମାଗିଲେ ଦେଇପାରୁ ନାହାନ୍ତି। ଏ କୋଉଠୀ ନା କୋଉଠି ଆଭିତରେ ଗୋଟେ ବଡ଼ ଗୁପ୍ତ ବୁଝାମଣା ହୋଇଛି ଏବଂ OERC ଏହି କଥାକୁ ଜାଣିଶୁଣି କରୁଛନ୍ତି, ଏଥିରେ ଶକ୍ତି ମନ୍ତ୍ରୀ ନିଜେ ସମ୍ପୃକ୍ତ ଏଣୁ ଆଜି ସାଧାରଣ ଲୋକ ହଇରାଣ ହେଉଛନ୍ତି। ରାଜ୍ୟ ରାଜଧାନୀ ରେ ଯଦି ଏହି ଅବସ୍ଥା ତେବେ ଅପହଞ୍ଚ ଅଞ୍ଚଳରେ କିଭଳି ଲୋକେ ହଇରାଣ ହେଉଥିବେ ଆପଣ ଅନୁମାନ କରନ୍ତୁ। ଭାରତୀୟ ଜନତା ପାର୍ଟି ଏଥିରେ ଚୁପ୍ ହୋଇ ବସିବ ନାହିଁ ଏହି କଥାକୁ ନେଇ ପ୍ରତି ୱାର୍ଡ଼ ରେ ରାଜରାସ୍ତାକୁ ଓଲ୍ହେଇବ ଓ ଆଗାମୀ ଦିନରେ ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ଇଲେକ୍ଟ୍ରି ଅଫିସ୍ ଆଗରେ ଏହି ଆନ୍ଦୋଳନ ଚାଲିବ।ରାଜ୍ୟ ବାସୀଙ୍କୁ ଠକିବା ଆଉ ଚଳିବ ନାହିଁ ଆର ଜବାବ ଆଗାମୀ ଦିନରେ ଜନସାଧରଣ ଦେବେ। ଶକ୍ତି ମନ୍ତ୍ରୀ ଙ୍କ କଥା ଓ କାମରେ ଶକ୍ତି ନାହିଁ।ଯେ ପଯ୍ୟନ୍ତ ସାଧାରଣ ଲୋକ୍ ଏହି ଦୁଃଖ ଦୃଦଶା ରୁ ବର୍ତୀ ନାହାନ୍ତି ଏବଂ OERC ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଉ ମଧୁଚନ୍ଦ୍ରିକା ଅଛି ତାର ପର୍ଦ୍ଧାଫାଶ କରିବା ପଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭପତି ବାବୁ ସିଂ ଚେତାବନୀ ଦେଇଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ନେତା ଅମରଜ୍ୟୋତି ଜଗଦ୍ଦେବ, ପ୍ରଭାତ ଦଳବେହେରା,ସିଦ୍ଧାର୍ଥ ଦାସ,ପ୍ରଶାନ୍ତ ନାୟକ, ଜ୍ୟୋତିରେଖ ନାୟକ, ବିନ୍ଦୁଲତା ବଳିୟାରସିଂ,ଗୀତାଞ୍ଜଳୀ ବେହେରା ସୋୟଂସେବକ ରାୟ,ତାପସ ଦଳାଇ, ମନୋଜ ପଶ୍ଚିମକବାଟ, ମୁରଲୀ ନାୟକ, ବିଶ୍ୱଜିତ୍ ଦାସ, କୁନ୍ତଳା ସାହୁ, ରାକେଶ ମହାନ୍ତି, ଅଭିଜିତ ରଞ୍ଜନ, ଗୟାଧର ରଥ, ନାରାୟଣ ବସ୍ତିଆ, ଅଜିତ୍ କାନୁନଗୋ, ଶୁଭମ୍ ମହାପାତ୍ର, କୁନାଲ ସିଂ ପ୍ରମୁଖ ଯୋଗୋଦେଇଥିଲେ।

Spread the love