ନାବାଳିକା ଝିଅକୁ ହତ୍ୟା, ମାଆ ଓ ସାବତ ବାପାକୁ ଆଜୀବନ କାରାଦଣ୍ଡ

ବାଲେଶ୍ଵର: ଜନ୍ମକଲା ଝିଅକୁ ହତ୍ୟା ଅଭିଯୋଗରେ ମାଆ ସହ ଦ୍ଵିତୀୟ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ। ଏହି ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜଜ୍ ବିଶ୍ୱଜିତ୍ ଦାସ। ଦୋଷୀ ସାବ୍ୟସ୍ତ ହୋଇଥିବା ବେବି ବିୱି ସହ ଏସ୍ କେ ଅବଦୁଲ ରହିମକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।
ବେବି ବିୱି ନିଜ ଦ୍ଵିତୀୟ ସ୍ବାମୀ ସହ ମିଶି ପ୍ରଥମ ସ୍ବାମୀର ପାଖରୁ ଜନ୍ମ ହୋଇଥିବା ୧୩ ବର୍ଷର ନାବାଳିକା ଝିଅକୁ ହତ୍ୟା କରିଥିଲା। ଗତ ବର୍ଷ ଜୁନ୍ ୨୨ ତାରିଖରେ ବାଲେଶ୍ଵର ଟାଉନ୍ ଥାନାରେ ମୃତ ନାବାଳିକାଙ୍କ ପିତା ସେକ କୁତୁବୁଦ୍ଦିନ ଅଭିଯୋଗ ଆଣିଥିଲେ। ଏହି ମକଦ୍ଦମାରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Spread the love