ପ୍ରେମିକାଙ୍କୁ କାହିଁକି ବିରୋଧ କରୁଛ ପଚାରିବାରୁ କଲେଜ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନ ଆର୍ଯ୍ୟାଭଟ୍ଟ ମହାବିଦ୍ୟାଳୟ କ୍ୟାମ୍ପସ ବାହାରେ ପ୍ରେମକାଙ୍କୁ କାହିଁକି ବିରୋଧ କରୁଛ ବୋଲି ପଚାରିବାରୁ ଜଣେ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ରବିବାର ଛୁରି ଭୁସି ହତ୍ୟା କରିଛନ୍ତି। ମୃତ ଛାତ୍ର ହେଲେ ନିଖିଲ ଚୌହାନ (୧୯)। ସପ୍ତାହକ ତଳେ ନିଖିଲ ଆସୁଥିବାବେଳେ ସମ୍ପୃକ୍ତ ଛାତ୍ର ତାଙ୍କ ପ୍ରେମିକାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ ବିରୋଧ କରିଥିଲେ। ତେବେ ରବିବାର ଓପେନ ଲର୍ଣ୍ଣିଂ କ୍ଲାସକୁ ନିଖିଳ ଆସିଥିଲେ।
ସେ କଲେଜରୁ ବାହାରୁଥିବାବେଳେ ଗେଟ ବାହାରେ ଅଭିଯୁକ୍ତ ଛାତ୍ର ତା’ର ୩ ସାଥୀ ସହ ସେଠାରେ ପହଞ୍ଚିଥିଲେ। ତେବେ ଉଭୟଙ୍କ ଭିତରେ ପ୍ରେମିକାଙ୍କୁ ଅଶ୍ଳୀଳ ମନ୍ତବ୍ୟ ନେଇ ଯୁକ୍ତିତର୍କ ହୋଇଥିଲା। ହଠାତ ଅଭଯୁକ୍ତ ଜଣକ ଛୁରି ବାହାର କରି ନିଖିଳଙ୍କୁ ଭୁସି ଦେଇଥିଲେ। ନିଖିଲଙ୍କୁ ଗୁରୁତର ଅବସ୍ଥାରେ ମୋତିବାଘସ୍ଥିତ ଚରକ ପାଲିକା ହସପଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଖିଳ ପଶ୍ଚିମ ବିହାର ଅଞ୍ଚଳ ହୋଇଥିବାବେଳେ ସେ ରାଜନୀତି ବିଜ୍ଞାନର ସ୍ନାତକ ଶ୍ରେଣୀର ପ୍ରଥମ ବର୍ଷ ଛାତ୍ର ଥିଲେ। ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ସମ୍ପୃକ୍ତ ଅଭିଯୁକ୍ତ ଛାତ୍ରଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

Spread the love