ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୫ ଗୁରୁତର

ଶବ ସଂସ୍କାର ଫେରି ଫେରୁଥିବାବେଳେ ଦୁର୍ଘଟଣା। ପୁରୀରେ ଫେରୁଥିବାବେଳେ ଟ୍ରକ୍‌କୁ ଧକ୍କା ଦେଲା କାର୍‌। ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। କଟକ-ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁରଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲା ରଜକନିକା ଥାନା କୋଇଲିପୁର ଗାଁର ନିରାକାର ବେହେରାଙ୍କ ପତ୍ନୀ ଜୟନ୍ତୀ ବେହେରାଙ୍କ ଗତକାଲି ମୃତ୍ୟୁ ହୋଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ମୃତଦେହ ସତ୍କାର ସାରି ସମ୍ପର୍କୀୟମାନେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିତିଲା। ଭୁଇଁପୁର ଛକ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକ ପଛପଟେ ପିଟି ହୋଇଯାଇଥିଲା କାର। ଅଗ୍ନିଶମ ବାହିନୀ ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ଅବସ୍ଥା ଗୁରୁତର ହେବାକୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

Spread the love