୨୦୨୫ରେ ହେବ ଭୟାନକ ସୌର ଝଡ଼! ଇଣ୍ଟରନେଟ୍‌ର ସର୍ବନାଶ ହୋଇପାରେ

ୱାସିଂଟନ: ସକଳ ଶକ୍ତିର ଆଧାର ସୂର୍ଯ୍ୟ ନିଜ ସୌର ଚକ୍ରର ଚରମ ସ୍ଥିତି ଆଡ଼କୁ ବଢ଼ିବାରେ ଲାଗିଛି । ଏଥିପାଇଁ ୨୦୨୫ରେ ଭୟାନକ ସୌର ଝଡ଼ ସୃଷ୍ଟି ହେବ ଏବଂ ଏହା ଇଣ୍ଟରନେଟ୍‌ ପାଇଁ ବିନାଶକାରୀ ହେବ ବୋଲି କେତେକ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଆମେରିକାର ମହକାଶ ଗ‌ବେଷଣା ସଂସ୍ଥା ନାସା ଏ ନେଇ କୌଣସି ଟିପ୍ପଣୀ ରଖିନାହିଁ।ୱାସିଂଟନ ପୋଷ୍ଟ୍‌ର ଏକ ରିପୋର୍ଟ ମୁତାବକ ୨୦୨୫ରେ ଆସିବାକୁ ଥିବା ଏହି ସୌରଝଡ଼ ବିଶ୍ବର ଯୋଗାଯୋଗ ବ୍ୟବସ୍ଥାକୁ ଅକଳ୍ପନୀୟ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ଏସ୍‌. ଅବ୍‌ଦୁ ଜ୍ୟୋତି କହିଛନ୍ତି, ଅତି ଚରମ ପର୍ଯ୍ୟାୟର ସୌରଝଡ଼ ସମ୍ଭାବନା ଥିବାରୁ ଏହାର କ୍ଷୟକ୍ଷତି କେତେ ବ୍ୟାପକ ହେବ ତାହା ଅନୁମାନ କରିହେବନାହିଁ। ସୌର ଝଡ଼ ଯୋଗୁଁ ରେଡିଓ ବ୍ଲାକ୍‌ଆଉଟ ତଥା ପାୱାର ଗ୍ରିଡ୍‌ ବିଫଳ ହୋଇଯିବ ବୋଲି ମଧ୍ୟ କେତେକ ବିଶେଷଜ୍ଞ କହିଛନ୍ତି।

Spread the love