ଓଡ଼ିଶାର ଶିଳ୍ପରେ ଓଡ଼ିଆ ଯୁବକ / ଯୁବତୀଙ୍କୁ ନିଯୁକ୍ତି ନାହିଁ : ୟାସିର ନୱାଜ

ଭୁବନେଶ୍ୱର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୩ ବର୍ଷର ନବୀନ ଶାସନରେ ଓଡ଼ିଶାରେ ଥିବା ଶିଳ୍ପରେ ଓଡ଼ିଆ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବାରେ ଉଦାସୀନତା ପ୍ରଦର୍ଶନ କରାଯାଇଆସୁଅଛି । ଓଡ଼ିଶାର ବେକାରୀ ସମସ୍ୟା ଉତ୍କଟ । ମାତ୍ର ନବୀନ ସରକାର ଏହି ପ୍ରସଙ୍ଗକୁ ଏଡ଼େଇ ଯାଉଛନ୍ତି । ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କଲେ । ୨୩ ବର୍ଷରେ ତାଙ୍କର ପ୍ରତିଶୃତି ଅନୁଯାୟୀ ୨୩ ୍ଠ୨ = ୪୬ଲକ୍ଷ ନିଯୁକ୍ତି ଦେବାକଥା । ମାତ୍ର ତାଙ୍କର ଏହି ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି ।
ବିଧାନସଭାରେ ରାଜ୍ୟ ଝଳସକ୍ଷକ୍ଷ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଌ ଞରମଷଦ୍ଭସମବକ୍ଷ ଋୟଙ୍କମବଗ୍ଧସକ୍ଟଦ୍ଭ ମନ୍ତ୍ରୀ ଉପସ୍ଥାପିତ କରିଛନ୍ତି ଯେ ରାଜ୍ୟରେ ଏବେ ୮,୯୮,୭୧୭ ପଞ୍ଜିକୃତ ବେକାରୀ ଅଛନ୍ତି। ଦୁଃଖର କଥା ଏହିକି ଯେ ଛାତ୍ର କଂଗ୍ରେସ ଆର.ଟି.ଆଇ. ଜରିଆରେ କେତେକ ଜିଲ୍ଲା ଏମ୍ପେ୍ଲାଇମେଂଟ ଏକ୍ସଚେଞ୍ଜକୁ ଦୀର୍ଘ ୧୦ ବର୍ଷର ନିଯୁକ୍ତି ହିସାବ ମାଗିଥିଲା । ଯାହା ତାଙ୍କ ପାଖରେ ନାହିଁ ବୋଲି ସେମାନେ ଲିଖିତ ଆକାରରେ ଜଣାଇଛନ୍ତି ଏବଂ କିଛି ଏମ୍ପେ୍ଲାଇମେଂଟ ଏକ୍ସଚେଞ୍ଜ ୧୦ ବର୍ଷରେ ୨୦ ଟି, ୩୦ ଟି ନିଯୁକ୍ତି ଦିଆଯାଇଛି ବୋଲି ଦର୍ଶାଇଛନ୍ତି । ରାଜ୍ୟ ସରକାର ଯେଉଁ ନିଯୁକ୍ତି ମେଳା ସବୁ କରୁଛନ୍ତି, ସେଥିରେ ବେକାର ଯୁବକ / ଯୁବତୀଙ୍କୁ କେବଳ ଭୁଆଁ ବୁଲାଉଛନ୍ତି। ସେମାନଙ୍କ ଠାରୁ କେତେଟଙ୍କା ରେଜିଷ୍ଟ୍ରେସନ ଫିସ ବାବଦରେ ଆଦାୟ କରିଛନ୍ତି ଏବଂ ସେ ଟଙ୍କା ଏପର୍ଯ୍ୟନ୍ତ ଫେରାଇଛନ୍ତି କି ନାହିଁ? ଏହି ପ୍ରକ୍ର୍ରିୟାରେ କେତେ ଯୁବକ/ଯୁବତୀ ନିଯୁକ୍ତି ପାଉଛନ୍ତି ସରକାର ସାଧାରଣରେ ତାହା ପ୍ରକାଶ କରନ୍ତୁ । ୨୦୨୧ ମସିହା ଡିସେମ୍ବର ମାସରେ ଓଡ଼ିଶାର ଅର୍ଥମନ୍ତ୍ରୀ ଗୃହରେ ଉପସ୍ଥାପନ କଲେ ଯେ ଓଡ଼ିଶା ସରକାରରେ ୨ଲକ୍ଷ ୨୬ ହଜାର ୫୫୯ଟି ପଦବୀ ଖାଲି ପଡ଼ିଛି । ଓଡ଼ିଶା ସରକାରରେ ମାତ୍ର ୩ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ ଅଛନ୍ତି । ଏଣୁ ୨୩ ବର୍ଷ ଭିତରେ ନବୀନ ସରକାର ସମସ୍ତ ସରକାରୀ ପଦବୀ ପୂରଣ କରିବାରେ ଅକ୍ଷମ ହୋଇଛନ୍ତି ।
୨୦୧୩-୧୪ ବର୍ଷରେ ନବୀନ ସରକାର ଏକ ଯୁବନୀତି ପ୍ରଣୟନ କଲେ, ଯାହାକି ଏ ରାଜ୍ୟର ଯୁବ ସମାଜକୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା । ସେହି ଯୁବନୀତିରେ ଯୁବ ନିଯୁକ୍ତି ସଂପର୍କରେ ଗୋଟିଏମାତ୍ର ଶବ୍ଦହିଁ ନଥିଲା । ପରବର୍ତୀ ପର୍ଯ୍ୟାୟରେ ୨୦୧୯ ନିର୍ବାଚନ ଆଖିଆଗରେ ରଖି ୪୫୦ କୋଟି ଟଙ୍କା ଅଟକଳରେ ବିଜୁ ଯୁବବାହିନୀ ଗଠନ କଲେ । ଯାହାଦ୍ୱାରା କେବଳ ବିଜୁ ଜନତା ଦଳର ଯୁବକର୍ମୀଙ୍କୁ ପୋଷଣ କରାଗଲା । ମାତ୍ର ନିର୍ବାଚନ ପରେ ପରେ ବିଜୁ ଯୁବବାହିନୀ ବନ୍ଦ ହୋଇଯାଇଛି । ଏ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇ ଦଳୀୟ କର୍ମୀଙ୍କୁ ପୋଷାଗଲା ଏବଂ ନିଜର ଭୋଟ ବ୍ୟାଙ୍କ ସୃଷ୍ଟି କରାଗଲା । ବିଶେଷକରି ବିମୁଦ୍ରାୟନ ଓ କରୋନା ମହାମାରୀ କାରଣରୁ ଓଡ଼ିଶାରେ ପ୍ରାୟ ୭ଲକ୍ଷ ଲୋକ ନିଯୁକ୍ତି ହରାଇ ମାତ୍ର ସରକାର ସେମାନଙ୍କ ଅବସ୍ଥା ସୁଧାର ବା କର୍ମସଂସ୍ଥାନ ପାଇଁ କିଛି ବ୍ୟବସ୍ଥା କଲେ ନାହିଁ । ମନ୍ତ୍ରୀ ବିଧାନ ସଭାରେ ଉପସ୍ଥାପିତ କରିଥିବା ତଥ୍ୟ ଅନୁଯାୟୀ ୯୩,୦୧୧ ଜଣକୁ ୨୦୨୦ ମସିହା ଭିତରେ ଟ୍ରେନିଂ ଦିଆଯାଇଥିଲା । ଯେଉଁଥିରୁ ମାତ୍ର ୨୧, ୬୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
ପରୀକ୍ଷା ପୂର୍ବରୁ ଓଡ଼ିଶା ସରକାରଙ୍କର ଚାକିରୀ ସବୁ ବିକ୍ରି ହୋଇଯାଏ । କାରଣ ଙୟସଗ୍ଦଷବ ଝଗ୍ଧବଲଲ ଝରକ୍ଷରମଗ୍ଧସକ୍ଟଦ୍ଭ ଉକ୍ଟଜ୍ଞଜ୍ଞସଗ୍ଦଗ୍ଦସକ୍ଟଦ୍ଭ ରେ କାର୍ଯ୍ୟରତ ଜଣେ କିରାଣୀଠାରୁ ୪ କୋଟି ଟଙ୍କା ଜବତ ହେବା ଘଟଣା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି ।  ୨୩ ବର୍ଷ ଭିତରେ ନବୀନ ସରକାରରେ ୧୫୦ରୁ ଉର୍ଦ୍ଧ୍ୱ ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ଗଙଟ ସ୍ୱାକ୍ଷର କଲେଣିି । ମାତ୍ର ବାସ୍ତବରେ ଏହା ୨୦ ପ୍ରତିଶତ ସଫଳ ହୋଇପାରି ନାହିଁ । ଏଣୁ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ନବୀନ ସରକାର ବିଫଳ । ଆମ ରାଜ୍ୟରେ କଂଗ୍ରେସ ଅମଳରେ ହୋଇଥିବା ସୂତାକଳ, ଲୁଗାକଳ, ତେଳକଳ, ଝୋଟକଳ ଓ ଚିନିକଳ ପ୍ରଭୃତି ହଜାର ହଜାର ଶିଳ୍ପ ଏବେ ବନ୍ଦ ହୋଇପଡ଼ିଛି । ଏଣୁ ପଡ଼ୋଶୀ ରାଜ୍ୟକୁ ଯାଇ କାମ ଧନ୍ଦା ଖୋଜିବାକୁ ବାଧ୍ୟ ହେଉଛନ୍ତି ।
୨୦୧୩ ମସିହାରେ ନରେନ୍ଦ୍ର ମୋଦି ଘୋଷଣା କଲେ ଯେ, ଯଦି ବିଜେପି ସରକାର ଆସେ ତେବେ ବର୍ଷକୁ ୨ କୋଟି ନିଯୁକ୍ତି ଦେବେ । ହେଲେ ୮ ବର୍ଷରେ ମୋଦୀ ସରକାର ୧୬ କୋଟି ନିଯୁକ୍ତି ଦେଇପାରିଲେ କି? ଆଜି ସୁଧା କେନ୍ଦ୍ର ସରକାରଙ୍କର ମଞ୍ଜୁରି ପ୍ରାପ୍ତ ସରକାରୀ ପଦବୀରୁ ୨୪ ପ୍ରତିଶତ ଅର୍ଥାତ ୧୦ ଲକ୍ଷ ପଦ ଖାଲି ପଡ଼ିଛି । ଏବେ ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ପକୋନା ବିକ୍ରି ମଧ୍ୟ ତାଙ୍କ ସ୍ୱପ୍ନର ନିଯୁକ୍ତି ପରିକଳ୍ପନାର ଅଂଶ ବିଶେଷ । କୋଟି କୋଟି ବେକାର ଯୁବକ / ଯୁବତୀ ରାଜରାସ୍ତାରେ ନିଯୁକ୍ତି ପାଇଁ ଚିତ୍କାର କରୁଥିବାବେଳେ ମୋଦୀ ସରକାର ନିଦକ ।
ଓଡ଼ିଶାର ବହୁ ବେକାର ଯୁବକ/ଯୁବତୀ ରାଜ୍ୟ ଛାଡ଼ି ସୁରଟ ସୂତାକଳରେ, ଆନ୍ଧ୍ରରେ ଇଟା ଭାଟିରେ, ଦିଲ୍ଲୀରେ ପ୍ଲମ୍ବର ଭାବେ ବା କର୍ଣ୍ଣାଟକରେ ଅତିକମ୍ ପାରିଶ୍ରମିକରେ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି ।
ଓଡ଼ିଶାର ଖଣିଜ ସଂପତିକୁ ବ୍ୟବହାର କରି ଯେଉଁ ଶିଳ୍ପ ଓଡ଼ିଶାରେ ଚାଲିଛି । ସେଥିରେ ଓଡ଼ିଶାର ଯୁବକ / ଯୁବତୀମାନଙ୍କର ନିଯୁକ୍ତି ପ୍ରତି ରାଜ୍ୟ ସରକାର ଉଦାସୀନ ହେଉଛନ୍ତି । ବିଶେଷକରି ଶିଳ୍ପାଞ୍ଚଳର ସ୍ଥାନୀୟ ଲୋକମାନେ ଶିଳ୍ପର ଧୂଆଁ, ଧୂଳି ଓ ବର୍ଜ୍ୟବସ୍ତୁର ପ୍ରଭାବରେ ରୋଗଗ୍ରସ୍ତ ହେଉଛନ୍ତି । ମାତ୍ର ସେଠିକାର ବେକାର ଯୁବକ/ ଯୁବତୀମାନଙ୍କର ନିଯୁକ୍ତି ପ୍ରସଙ୍ଗକୁ ଉପେକ୍ଷା କରାଯାଉଛି । ଶିଳ୍ପ ସଂସ୍ଥାର ମାଲିକ – ଓଡ଼ିଶା ସରକାରଙ୍କର ମଧୁଚନ୍ଦ୍ରିକାରେ ଓଡ଼ିଶାର ଯୁବକ / ଯୁବତୀମାନଙ୍କର ସ୍ୱାର୍ଥ ଉପେକ୍ଷିତ । ସୁତରାଂ ଛାତ୍ରକଂଗ୍ରେସ ନିମ୍ନ ଦାବୀରେ ରାଜ୍ୟବ୍ୟାପୀ “ନିଯୁକ୍ତି କ୍ରାନ୍ତି” ମହାସଂଗ୍ରାମ କରିବ, ଯେଉଁଥିରେ ଏ ରାଜ୍ୟର ଯୁବ ସମାଜ ଓ ଛାତ୍ର ସମାଜ ଅଂଶଗ୍ରହଣ କରିବାକୁ ନିବେଦନ କରାଯାଉଛି । ଏହି ସାମ୍ବାଦିକ ସମ୍ମଳନୀରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ଉପସ୍ଥିତ ରହି କହିଥିଲେ ଯେ, ଆଜିର ବେକାରୀ ସମସ୍ୟା ପାଇଁ ମୋଦୀ ଓ ନବୀନସରକାର ଦାୟି । ନିଯୁକ୍ତି ପ୍ରାପ୍ତ ହେବାକୁ ହେଲେ ରାଜ୍ୟ ଛାତ୍ର ଏବଂ ବେକାର ଯୁବକ / ଯୁବତୀଙ୍କର ସ୍ୱର ଶାଣିତ ହେବା ସହ ଲଢ଼େଇ ତିବ୍ର ହେବା ଦରକାର୧
ଛାତ୍ର କଂଗ୍ରେସର ଦାବି
୧. ୨ଲକ୍ଷ ୨୬ ହଜାର ୫୫୯ଟି ଖାଲି ପଡ଼ିଥିବା ସରକାରୀ ପଦବୀକୁ ନିର୍ଦ୍ଧିଷ୍ଠ ସମୟ ସୀମା ମଧ୍ୟରେ ପୁରଣ କରାଯାଉ ।
୨. ସମସ୍ତ ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ୮୦ ପ୍ରତିଶତ ଓଡ଼ିଶା ଲୋକଙ୍କୁ ନିଯୁକ୍ତି ଦିଆଯାଉ ।
୩. ସରକାରୀ ଚାକିରିରେ ଚୁକ୍ତି ଭିତିକ ଓ ଠିକା ନିଯୁକ୍ତି ବାତିଲ କରାଯାଉ ।
୪. ଯେଉଁ ପ୍ରବାସୀ ଓଡ଼ିଆ, ଓଡ଼ିଶାକୁ ଫେରି ଓଡ଼ିଶାରେ ଜୀବିକା ନିର୍ବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ କରନ୍ତୁ ।
୫. ବେକାରୀ ଭତା ୫୦୦୦ ଟଙ୍କା ଦିଆଯାଉ ।
ସାତ ଦିନ ଭିତରେ ଯଦି ରାଜ୍ୟ ସରକାର / କେନ୍ଦ୍ର ସରକାର ଏହି ଦାବୀ ଉପରେ ଉତର ନ ରଖନ୍ତି ତେବେ ଛାତ୍ର କଂଗ୍ରେସ” “ନିଯୁକ୍ତି କ୍ରାନ୍ତ” ମାଧ୍ୟମରେ ଓଡ଼ିଶାରେ ମହାସଂଗ୍ରାମ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ଉପସଭାପତି ସୁନିଲ ମାଟିଆ, ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ କୋଅଡ଼ିନେଟର ଅଖିଳେଷ ଯାଦବ ଓ ମନସା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love