୧୯ କିମ୍ବା ୨୦ ତାରିଖ ବେଳକୁ ଲଘୁଚାପ ସମ୍ଭାବନା

ଚଳିତ ମୌସୁମୀ ଋତୁରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ  । ରାଜ୍ୟର ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ  । କଳାହାଣ୍ଡିରେ ଅତ୍ୟଧିକ ସର୍ବନିମ୍ନ ବର୍ଷା,ଦେବଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି  । ଦେବଗଡ଼ରେ ସ୍ୱାଭାବିକ ତୁଳନାରେ ୪୨% ଅଧକ ବର୍ଷା ହୋଇଛି । କଳାହାଣ୍ଡିରେ ସର୍ବନିମ୍ନ ୧୩୯.୪ ମିମି ବର୍ଷା ରେକର୍ଡ । କଳାହାଣ୍ଡିରେ ସ୍ୱାଭାବିକ ତୁଳନାରେ ୬୫% କମ୍‌ ବର୍ଷା ରେକର୍ଡ  ।  ସେପଟେ ଆସୁଛି ବଡ଼ ବର୍ଷା । ଆସନ୍ତା ୧୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୯ କିମ୍ବା ୨୦ ତାରିଖ ବେଳକୁ ଲଘୁଚାପ ସମ୍ଭାବନା  । ଏହା ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି ।

୨୧ ତାରିଖ ବେଳକୁ ଗଞ୍ଜାମରୁ ଜଗତସିଂହପୁର ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଫଳରେ ଓଡ଼ିଶାରେ ୧୮ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଅନୁମାନ, ଓଡ଼ିଶାରେ ୧୮ ତାରିଖରୁ ବଢିପାରେ ବର୍ଷା ପରିମାଣ । ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ଅନୁମାନ, ଆସନ୍ତା ସପ୍ତାହ ଆରମ୍ଭରୁ ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଓଡ଼ିଶାକୁ ପହଞ୍ଚିବା ପୂର୍ବରୁ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ ।

Spread the love