ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ୪ଟି ଗାଁରେ ସରକାରଙ୍କ ଯୋଜନା ସଂପର୍କରେ ବୁଝାଇଲେ ସାଲୁର ବିଡିଓ

ପଟ୍ଟାଙ୍ଗି: ବାରମ୍ବାର ବିରୋଧ ଓ ପ୍ରତିବାଦ ସତ୍ତ୍ବେ ଓଡ଼ିଶା ପିଛା ଛାଡ଼ୁନି ଆନ୍ଧ୍ର ପ୍ରଦେଶ। କିଛି ଦିନର ନୀରବତା ପରେ ପୁଣି ଥରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ପଞ୍ଚାୟତ ନେରିଡିବାଳସା ଠାରେ ଆନ୍ଧ୍ର ପ୍ରଦେଶର ସରକାରୀ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ସରକାରୀ ଯୋଜନା ଜଗନ ସୁରକ୍ଷା ସ୍କିମରେ ବଂଚିତ ହୋଇଥିବା ଲୋକଙ୍କୁ କିପରି ପୁଣିଥରେ ସାମିଲ କରାଯାଇପାରିବ ତାକୁ ନେଇ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକର ଆୟୋଜନ କରିଛି। ଏଥି ସହିତ ଏଠାକାର ଲୋକଙ୍କୁ ଯୋଜନାରେ କିପରି ସାମିଲ କରାଯିବ ଏ ନେଇ ଆଲୋଚନା ହୋଇଛି। ଏଥିରେ ଆନ୍ଧ୍ର ଦ୍ୱାର ଥିବା ଗଂଜେଇପଦର ପଞ୍ଚାୟତ ଅଧିନରେ ଥିବା ଗଂଜେଇପଦର, କୋଟିଆ, ସେମ୍ବୀ, ଧୂଳିପଦର ପ୍ରଭୁତି ଗ୍ରାମର ଲୋକେ ଯୋଗ ଦେଇଥିଲେ। ସାଲୁର ଏମ୍‌ପିଡିଓ ତଥା ବିଡ଼ିଓ ରମା ଦେବୀ ଯୋଗ ଦେଇଥିଲେ। ସରକାରଙ୍କ ଯୋଜନା ସଂପର୍କରେ ସେ ଲୋକଙ୍କୁ ବୁଝାଇଥିଲେ। ଆନ୍ଧ୍ର ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ବ୍ରାମବାସୀଙ୍କୁ ପୁଣି ଥରେ ଯୋଜନାର ଲାଭ ଉଠାଇବାକୁ କହିବା ସହ ବିଭିନ୍ନ କିଟ୍‌ ବଣ୍ଟନ କରିଥିଲେ।

Spread the love