Skip to content
Thursday, October 22, 2026
Latest:
  • ମୁମ୍ବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ! ଓଡ଼ିଶାକୁ ମିଳିବ କି ନୂଆ ପୁଞ୍ଜିନିବେଶ?
  • ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ୨୦୨୭ ଯୁକ୍ତଦୁଇ ପରୀକ୍ଷାରେ କଡ଼ା ନିୟମ, CCTV ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର!
  • ଆଚାର ଖାଇଲେ ହେବ ଏହି ମାରାତ୍ମକ ରୋଗ, ରୁହନ୍ତୁ ସତର୍କ
  • ମୁଢ଼ି ଖାଇବା ପୂର୍ବରୁ ଜାଣନ୍ତୁ, ଶରୀର ଉପରେ କ’ଣ ପଡ଼େ ପ୍ରଭାବ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଲାଞ୍ଚ ଗ୍ରହଣ ମାମଲା: ବ୍ଲକ ଆକାଉଣ୍ଟ ମ୍ୟାନେଜରଙ୍କୁ ୩ବର୍ଷ କାରାଦଣ୍ଡ

July 22, 2023 Satya block-account-manager-sent-three-years-jail, state

ବ୍ରହ୍ମପୁର: ଏକ ଲାଞ୍ଚ ଗ୍ରହଣ ମାମଲାର ବିଚାରଣା କରି ଆଜି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍‌ ଡ. ଅରୁଣ କୁମାର ସାହୁ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏଥିରେ ଅଭିଯୁକ୍ତ ଥିବା ପାତ୍ରପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ ‌କେନ୍ଦ୍ରର ଏନ୍‌ଏଚ୍‌ଏମ୍‌ ଅଧୀନରେ ନିଯୁକ୍ତ ହୋଇଥିବା ପୂର୍ବତନ ବ୍ଲକ୍ ଆକାଉଣ୍ଟ ମ୍ୟାନେଜର (କଣ୍ଟ୍ରାଚୁଆଲ୍) ଜଗନ୍ନାଥ ପାଣି ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା, ଏହା ଅନାଦେୟ ‌ହେଲେ ଅଧିକ ୨ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୁକ୍ତ ଜଣକ ୨୦୧୮ମସିହାରେ ପାତ୍ରପୁର ବ୍ଲକ ସିଏଚ୍‌ସିରେ ଜାତୀୟ ସ୍ବାସ୍ଥ୍ୟ ମିସନ୍(ଏନ୍ଏଚ୍‌ଏମ୍‌)ରେ ବ୍ଲକ୍ ଆକାଉଣ୍ଟ ମ୍ୟାନେଜର୍ ଭାବେ ଜଗନ୍ନାଥ ଠିକା ନିଯୁକ୍ତି ପାଇଥିଲେ। ସେହିବ‌ର୍ଷ ଜୁନ୍ ମାସରେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଭଡ଼ାରେ ନିୟୋଜିତ ହୋଇଥିବା ଏକ ଟାଟା ସୁମୋ ଗାଡ଼ିର ୨୦,୨୯୧ଟଙ୍କା ବିଲ୍ ପାସ୍ କରିବା ପାଇଁ ଗାଡ଼ି ମାଲିକଙ୍କୁ କୁଆଡ଼େ ୩,୫୦୦ଟଙ୍କା ଲାଞ୍ଚ ମାଗିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା (କେସନ୍ଂ ୨୪/୧୮)ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଏହି ମାମଲାର ବିଚାରଣା ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ହୋଇଥିଲା। ମୋଟ ୬ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆଜି ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

Post Views: 297
Spread the love
  • ← କ୍ୟାନସର ରୋଗ ଚିକିତ୍ସା ସମୟରେ କେଶ ଝଡେ କାହିଁକି, ଜାଣନ୍ତୁ ଏପରି ହେବାର କାରଣ
  • ଏମ୍‌କେସିଜିରୁ ଔଷଧ ଚୋରି ଘଟଣା: ଅଧୀକ୍ଷକଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ →

ADVT

Recent Posts

  • ମୁମ୍ବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ! ଓଡ଼ିଶାକୁ ମିଳିବ କି ନୂଆ ପୁଞ୍ଜିନିବେଶ? October 22, 2026
  • ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ October 22, 2026
  • ୨୦୨୭ ଯୁକ୍ତଦୁଇ ପରୀକ୍ଷାରେ କଡ଼ା ନିୟମ, CCTV ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର! October 21, 2026
  • ଆଚାର ଖାଇଲେ ହେବ ଏହି ମାରାତ୍ମକ ରୋଗ, ରୁହନ୍ତୁ ସତର୍କ October 20, 2026
  • ମୁଢ଼ି ଖାଇବା ପୂର୍ବରୁ ଜାଣନ୍ତୁ, ଶରୀର ଉପରେ କ’ଣ ପଡ଼େ ପ୍ରଭାବ October 20, 2026

Calendar

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.