Skip to content
Thursday, June 11, 2026
Latest:
  • ବିମାନ ବିଳମ୍ବ ହେବାରୁ ଚାଷୀଙ୍କ ଗଛ ହେଲା ନଷ୍ଟ, ଏୟାର ଏସିଆ ଦେବ ୯୦ ହଜାରରୁ ଅଧିକ ଟଙ୍କାର କ୍ଷତିପୂରଣ
  • ଗୃହିଣୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଘର କାମ କରୁଥିବା ମହିଳାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କା
  • ଟ୍ରିପଲ ତଲାକ୍ ଏବଂ ଏସିଡ୍ ପୀଡ଼ିତାଙ୍କୁ ମିଳିବ ସରକାରୀ ବାସଭବନ, ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି
  • କଚାଡ଼ି ମାରିଲା ଦନ୍ତା
  • ମହାନଦୀ ଘାଟରୁ ଘଡ଼ିଆଳ କୁମ୍ଭୀର ଉଦ୍ଧାର
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଲାଞ୍ଚ ଗ୍ରହଣ ମାମଲା: ବ୍ଲକ ଆକାଉଣ୍ଟ ମ୍ୟାନେଜରଙ୍କୁ ୩ବର୍ଷ କାରାଦଣ୍ଡ

July 22, 2023 Satya block-account-manager-sent-three-years-jail, state

ବ୍ରହ୍ମପୁର: ଏକ ଲାଞ୍ଚ ଗ୍ରହଣ ମାମଲାର ବିଚାରଣା କରି ଆଜି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍‌ ଡ. ଅରୁଣ କୁମାର ସାହୁ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏଥିରେ ଅଭିଯୁକ୍ତ ଥିବା ପାତ୍ରପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ ‌କେନ୍ଦ୍ରର ଏନ୍‌ଏଚ୍‌ଏମ୍‌ ଅଧୀନରେ ନିଯୁକ୍ତ ହୋଇଥିବା ପୂର୍ବତନ ବ୍ଲକ୍ ଆକାଉଣ୍ଟ ମ୍ୟାନେଜର (କଣ୍ଟ୍ରାଚୁଆଲ୍) ଜଗନ୍ନାଥ ପାଣି ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା, ଏହା ଅନାଦେୟ ‌ହେଲେ ଅଧିକ ୨ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୁକ୍ତ ଜଣକ ୨୦୧୮ମସିହାରେ ପାତ୍ରପୁର ବ୍ଲକ ସିଏଚ୍‌ସିରେ ଜାତୀୟ ସ୍ବାସ୍ଥ୍ୟ ମିସନ୍(ଏନ୍ଏଚ୍‌ଏମ୍‌)ରେ ବ୍ଲକ୍ ଆକାଉଣ୍ଟ ମ୍ୟାନେଜର୍ ଭାବେ ଜଗନ୍ନାଥ ଠିକା ନିଯୁକ୍ତି ପାଇଥିଲେ। ସେହିବ‌ର୍ଷ ଜୁନ୍ ମାସରେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଭଡ଼ାରେ ନିୟୋଜିତ ହୋଇଥିବା ଏକ ଟାଟା ସୁମୋ ଗାଡ଼ିର ୨୦,୨୯୧ଟଙ୍କା ବିଲ୍ ପାସ୍ କରିବା ପାଇଁ ଗାଡ଼ି ମାଲିକଙ୍କୁ କୁଆଡ଼େ ୩,୫୦୦ଟଙ୍କା ଲାଞ୍ଚ ମାଗିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା (କେସନ୍ଂ ୨୪/୧୮)ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଏହି ମାମଲାର ବିଚାରଣା ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ହୋଇଥିଲା। ମୋଟ ୬ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆଜି ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

Post Views: 281
Spread the love
  • ← କ୍ୟାନସର ରୋଗ ଚିକିତ୍ସା ସମୟରେ କେଶ ଝଡେ କାହିଁକି, ଜାଣନ୍ତୁ ଏପରି ହେବାର କାରଣ
  • ଏମ୍‌କେସିଜିରୁ ଔଷଧ ଚୋରି ଘଟଣା: ଅଧୀକ୍ଷକଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ →

ADVT

Recent Posts

  • ବିମାନ ବିଳମ୍ବ ହେବାରୁ ଚାଷୀଙ୍କ ଗଛ ହେଲା ନଷ୍ଟ, ଏୟାର ଏସିଆ ଦେବ ୯୦ ହଜାରରୁ ଅଧିକ ଟଙ୍କାର କ୍ଷତିପୂରଣ June 11, 2026
  • ଗୃହିଣୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଘର କାମ କରୁଥିବା ମହିଳାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କା June 11, 2026
  • ଟ୍ରିପଲ ତଲାକ୍ ଏବଂ ଏସିଡ୍ ପୀଡ଼ିତାଙ୍କୁ ମିଳିବ ସରକାରୀ ବାସଭବନ, ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି June 11, 2026
  • କଚାଡ଼ି ମାରିଲା ଦନ୍ତା June 11, 2026
  • ମହାନଦୀ ଘାଟରୁ ଘଡ଼ିଆଳ କୁମ୍ଭୀର ଉଦ୍ଧାର June 11, 2026

Calendar

June 2026
M T W T F S S
1234567
891011121314
15161718192021
22232425262728
2930  
« May    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.