ଆଜି ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ

ଆଜି ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ । ଆଜି କାର୍ଗିଲ ଯୁଦ୍ଧକୁ ୨୪ ବର୍ଷ ପୂରଣ ହୋଇଛି । ୫୨୭ ବୀର ଯବାନଙ୍କ ବଳିଦାନକୁ ମନେ ପକାଉଛି ଦେଶ । ୧୯୯୯ରେ ବିଶ୍ବ ଦେଖିଥିଲା ଭାରତର ପରାକ୍ରମ । ୧୮୦୦ ଫୁଟ ପାହାଡ଼ ଚଢ଼ି ମାତୃଭୂମିକୁ ମୁକ୍ତ କରିଥିଲେ ଭାରତୀୟ ବୀର ଯବାନ।

୧୯୯୯ ମସିହା ଆଜିର ଦିନରେ ପାକ ସେନାଙ୍କ କବଳରୁ କାରଗିଲ ମୁକ୍ତ କରିଥିଲା ଭାରତୀୟ ସେନା । ଷାଠିଏ ଦିନ ଧରି ଚାଲିଥିବା ଯୁଦ୍ଧରେ ଶହିଦ ହୋଇଥିବା ବୀର ସୈନିକଙ୍କୁ ମନେପକାଇ ବିଜୟ ଦିବସ ପାଳନ କରାଯାଉଛି । ଭାରତୀୟ ସେନାର ଅଦମ୍ୟ ସାହସ, ମାତୃଭୂମି ପାଇଁ ସେମାନଙ୍କର ପ୍ରେମ ଏବଂ କାରଗିଲ ମାଟିରେ ଦେଇଥିବା ବଳିଦାନର ସ୍ମୃତିକୁ ମନେ ପକାଉଛି ଦେଶ।

Spread the love