ହାଇକୋର୍ଟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ; କହିଲେ ବିଳମ୍ବରେ ନୁହେଁ ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦରକାର

ବିଳମ୍ବିତ ନ୍ୟାୟ ନୁହେଁ ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦରକାର। ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି । ସମାଜରେ ଅବହେଳିତ ଲୋକଙ୍କୁ କିପରି ନ୍ୟାୟ ମିଳିବ ତାହା ଜରୁରୀ। ତୁରନ୍ତ ନ୍ୟାୟ ସବୁ ପକ୍ଷଙ୍କୁ ଆଶ୍ୱସ୍ତି ଦେବ ବୋଲି କହିଛନ୍ତି। ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ଲୋକ ହଇରାଣ ହେଉଛନ୍ତି। ପରିବେଶ ଓ ବନ୍ୟଜୀବ ସଂରକ୍ଷଣ କଥା ମଧ୍ୟ କହିଥିଲେ ରାଷ୍ଟ୍ରପତି। ପରିବେଶ ଓ ବନ୍ୟଜୀବ ସଂରକ୍ଷଣ ମଧ୍ୟ ନ୍ୟାୟପାଳିକାର ଦାୟିତ୍ୱ। ପରିବେଶ ଓ ବନ୍ୟଜୀବ ସଂରକ୍ଷଣକୁ ସର୍ବୋଚ୍ଚ ପ୍ରାଥମିକତା ମିଳିବା ଉଚିତ। ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏହାସହ ଏସସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

Spread the love