ନୂଆ ITPO କମ୍ପ୍ଲେକ୍ସ ପରିସରରେ ପୂଜାର୍ଚ୍ଚନା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଆଇଟିପିଓ କମ୍ପ୍ଲେକ୍ସ ପରିସରରେ ପୂଜାର୍ଚ୍ଚନା କରିଛନ୍ତି । ଆଜି ସନ୍ଧ୍ୟା ୬.୩୦ ମିନିଟରେ ଏହି ଆଇଟିପିଓ କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ତେବେ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ଆଇଟିପିଓ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଥିବା ଶ୍ରମିକଙ୍କ ସହ ଭେଟି ସେମାନଙ୍କୁ ସମ୍ମାନିତ କରିଛନ୍ତି । ଏଠାରେ ସେପ୍ଟେମ୍ବରରେ G20 ନେତାଙ୍କ ବୈଠକ ଆୟୋଜିତ ହେବ । ITPO କମ୍ପ୍ଲେକ୍ସ ପ୍ରଗତି ମଇଦାନ କମ୍ପ୍ଲେକ୍ସ ଭାବରେ ମଧ୍ୟ ଜଣାଶୁଣା । ସକାଳେ ପୂଜାର୍ଚ୍ଚନା ସରିବା ପରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏହାକୁ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମକୁ ୧ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ । ଏହି କମ୍ପ୍ଲେକ୍ସ ପ୍ରାୟ ୧୨୩ ଏକର ଅଞ୍ଚଳରେ ତିଆରି ହୋଇଛି । ଏହା ବିଶ୍ୱର ୧୦ ନଂ କନଭେନସନ ସେଣ୍ଟର ମଧ୍ୟରେ ଅନ୍ୟତମ । ଏହା ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ଭାରତର ସର୍ବ ବୃହତ ସ୍ଥାନ । ସୂଚନାନୁସାରେ, ଆଇଟିପିଓ କମ୍ପ୍ଲେକ୍ସର ପୁନଃନିର୍ମାଣ ଏବଂ ଆଧୁନିକ IECC କମ୍ପ୍ଲେକ୍ସ ଦୁନିଆର ଶ୍ରେଷ୍ଠ ୧୦ ପ୍ରଦର୍ଶନୀ ଏବଂ ସମ୍ମିଳନୀ କମ୍ପ୍ଲେକ୍ସ ମଧ୍ୟରେ ରହିଛି । ସମ୍ମିଳନୀ କେନ୍ଦ୍ରର ସ୍ତର ୭ରେ ୭,୦୦୦ଲୋକ ବସିବାର କ୍ଷମତା ରଖାଯାଇଛି । ଏହା ଅଷ୍ଟ୍ରେଲିଆର ସିଡନୀ ଓପେରା ହାଉସ ଠାରୁ ମଧ୍ୟ ବଡ ।

Spread the love