ଭଉଣୀଙ୍କୁ ଦେଖା କରି ଘରକୁ ଫେରୁଥିଲେ ଯୁବକ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ବେତନଟୀସଦର: ଭଉଣୀଙ୍କୁ ଦେଖା କରି ବାଇକ୍‌ରେ ଘରକୁ ଫେରିବା ସମୟରେ ଜଣେ ଯୁବକଙ୍କର ୧୮ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ସାମ୍ନା କରିବାରକୁ ମୃତ୍ୟୁ ହୋଇଛି। ବାଇକ୍‌ ଆରୋହୀ ଯୁବକଙ୍କ ସହିତ ଥିବା ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତ ବ୍ୟକ୍ତି ହେଲେ ମକରା ସୋରେନ(୩୦)। ଆହତ ବାଇଲୁ ମହାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାରିପଦା ସଦରଥାନା ଅଧୀନ ନିଚୁଆପଦା ନିକଟସ୍ଥ ରାମନଗର ଗ୍ରାମର ସ୍ବର୍ଗତ ମାସାଉ ସୋରେନଙ୍କ ପୁଅ ମକରା ସୋରେନ ରାମନଗର ଗ୍ରାମର ଗଦାଧର ମହାନ୍ତଙ୍କ ପୁଅ ବାଇଲୁ ମହାନ୍ତଙ୍କୁ ନେଇ ନିଜର ଭଉଣୀଘର ବୈଶିଙ୍ଗାକୁ ଯାଇଥିଲେ। ସେ ରବିବାର ଅପରାହ୍‌ଣ ସମୟରେ ବାଇଲୁ ମହାନ୍ତଙ୍କ ସହିତ ବାଇକ୍‌ (ଓଆର୧୧ ଏଲ୩୮୨୬)ରେ ଘରକୁ ଫେରୁଥିଲେ।

ତେବେ ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥ ଯୁଗଳଛକ ନିକଟସ୍ଥ ଓଭରବ୍ରିଜ ଠାରେ ମକରା ଓ ବାଇଲୁ ସଡ଼କ ଦୁର୍ଘଟଣାର ସାମ୍ନା କରିଥିଲେ। କୌଣସି କାରଣରୁ ଭାରସାମ୍ୟ ହରାଇ ସେମାନେ ରାସ୍ତାକଡ଼ର ବ୍ୟାରିକେଡ଼ ଓ ଡିଭାଇଡରରେ ପିଟିହୋଇ ଯାଇଥିଲେ। ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ବାଇଲୁ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାରକରି ବେତନଟୀ ଡାକ୍ତରଖାନା ନେଇଥିବାବେଳେ ସେଠାରେ ମକରାକୁ ଡାକ୍ତର ମୃତଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ ପୂର୍ବକ ତଦନ୍ତ ଆରମ୍ଭ କରିଛି।

Spread the love