ଦିଲ୍ଲୀ ‘ଏମ୍‌ସ୍‌’ରେ ଅଗ୍ନିକାଣ୍ଡ; ସମସ୍ତ ରୋଗୀ ନିରାପଦରେ ସ୍ଥାନାନ୍ତରିତ

ନୂଆଦିଲ୍ଲୀ: ଆଜି ଦିନ ୧୧.୪୫ରେ ଦିଲ୍ଲୀ ‘ଏମ୍‌ସ୍‌’ର ‘ଇମର୍ଜେନ୍‌ସି ୱାର୍ଡ’ ନିକଟରେ ଅବସ୍ଥିତ ‘ଏଣ୍ଡୋସ୍କୋପି’ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ନିଆଁ ଲିଭାଇବା ପାଇଁ ଦିଲ୍ଲୀ ଅଗ୍ନିଶମ ସେବାର ୮ଟି ଦମକଳ ଘଟଣାସ୍ଥଳକୁ ପଠାଯାଇ ନିଆଁକୁ ଆୟତ୍ତ କରାଯାଇଛି।

ସୂଚନାଯୋଗ୍ୟ, ‘ଇମର୍ଜେନ୍‌ସି ୱାର୍ଡ’ରୁ ‘ଫାୟାର୍‌ କଲ୍‌’ ମିଳିବା ପରେ ଆଖପାଖରେ ଥିବା ସମସ୍ତ ରୋଗୀ ଓ କର୍ମଚାରୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା। ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦିଲ୍ଲୀ ‘ଏମ୍‌ସ୍‌’ କହିଛି, ନିଆଁ ନିୟନ୍ତ୍ରଣ କରାଯାଇଛି। ପରିସ୍ଥିତିର ସମୀକ୍ଷା କରିବା ଲାଗି ‘ଏମ୍‌ସ୍‌’ର ନିର୍ଦେଶକ ମଧ୍ୟ‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ‘ଓଲ୍‌ଡ୍‌ ଆଉଟ୍‌ପେସେଣ୍ଟ୍‌ ଡିପାର୍ଟମେଣ୍ଟ୍‌’ର (ଓପିଡି) ଦ୍ବିତୀୟ ମହଲାରେ ‘ଏଣ୍ଡୋସ୍କୋପି ରୁମ୍‌’ ଅବସ୍ଥିତ। ଅଗ୍ନିଶମ ବିଭାଗ କହିଛି, ପୁରାତନ ରାଜକୁମାରୀ ‘ଓପିଡି’ କୋଠାର ଦ୍ବିତୀୟ ମହଲାରେ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇ ଦେଇଛନ୍ତି। କିନ୍ତୁ, ଘଟଣାସ୍ଥଳରେ ଏବେ ବି ତଲାସ ଅଭିଯାନ ଚାଲିଛି।

Spread the love