ଦୀପାଳି ବାରରେ ଯୁବତୀଙ୍କ ମୃତ୍ୟୁ ଘଟଣା: ପୁରୁଷ ବନ୍ଧୁଙ୍କୁ ଥାନାରେ ପଚରାଉଚରା

ଭୁବନେଶ୍ୱରର ଦୀପାଳି ବାରରେ ବାର ଗାର୍ଲଙ୍କ ମୃତ୍ୟୁ ଘଟଣା । ବାର ଗାର୍ଲଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ପଚରାଉଚରା । ବାର ଗାର୍ଲଙ୍କ ସହ ସମ୍ପର୍କ ନେଇ ପୁରୁଣା ବୟଫ୍ରେଣ୍ଡକୁ ଜେରା । ପୁରୁଣା ବୟଫ୍ରେଣ୍ଡକୁ ଲକ୍ଷ୍ମୀସାଗର ଥାନାରେ ଜେରା କରୁଛି ପୋଲିସ । ସଞ୍ଜୟ ନାମକ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି ।

ଭୁବନେଶ୍ୱର ଦିପାଳୀ ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ନେଇ ଦିନକୁ ଦିନ ବଢୁଛି ସନ୍ଦେହ । ରମାଦେବୀ କଲେଜରେ ଯୁକ୍ତ ଦୁଇ କଳା ପାଠ ପଢୁଥିଲେ ଶୁଭଲକ୍ଷ୍ମୀ । ହେଲେ ଏଭଳି କାହିଁକି ତାଙ୍କର ହଠାତ୍ ମୃତ୍ୟୁ ହେଲା ସେ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ଫିଟିନଥିବା ବେଳେ ୧୦ ଜଣଙ୍କୁ ପୁଲିସର ଜେରା କରିଛି । ସନ୍ଦେହ ଘେରରେ କିଛି ବାର କର୍ମଚାରୀ ଅଛନ୍ତି । ଯୁବତୀଙ୍କୁ କେହି ହୋଟେଲ ଡାକିଥିଲେ ନାଁ ସେ ନିଜେ ଏଠାକୁ ଆସିଥିଲେ ତାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ସିଡିଆର ରିପୋର୍ଟ ଆସିବା ପରେ ଘଟଣାର ସତ ଜଣାପଡିବ ବୋଲି କୁହାଯାଉଛି । ଶନିବାର ଭୁବନେଶ୍ୱର କଟକ ରୋଡରେ ଥିବା ଦିପାଲୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଝିଅର ମୃତ୍ୟୁ ପରେ ଝିଅକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏହାରି ଭିତରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି ।

Spread the love