ଆସନ୍ତା ୧୬ରେ ସ୍ୱର୍ଗତଃ ସୁଶ୍ରୀ ନିବେଦିତା ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା

ଭୁବନେଶ୍ୱର, ତା.୧୪/୦୮: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ (କୁନି ଅପା)ଙ୍କ ଗତ ୧୦ ତାରିଖ ଦିନ ଦେହାନ୍ତ ହୋଇଛି । ଆସନ୍ତା ୧୬ ତାରିଖ ସଂଧ୍ୟା ୭ଟାରେ ରେ ସ୍ୱର୍ଗତଃ ନିବେଦିତା ପ୍ରଧାନଙ୍କ ସ୍ମୃତିରେ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ ଯୋଗ ଦେବେ । ଏହି ଅବସରରେ ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଂଚି ନାରାୟଣ ତ୍ରିପାଠୀ, ସାଧାରଣ ସଂପାଦକ ଶାରଦା ଶତପଥୀ, ଡ.ଯତୀନ ମହାନ୍ତି ଓ ପୂର୍ଣ୍ଣିମା କେରକେଟା, ରାଜ୍ୟ ସଂପାଦକ ସରୋଜ କର ଓ କସ୍ତୁରୀ ମିଶ୍ର, ବରିଷ୍ଠ ନେତା ସଜ୍ଜନ ଶର୍ମା, ସୁରମା ପାଢୀ, ଅଶୋକ ମିଶ୍ର, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ଉର୍ମିଳା ମହାପାତ୍ର, ମନୋଜ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମୀରଂଜନ କାନୁନଗୋ, ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସଭାରେ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ସ୍ୱର୍ଗତଃ ନିବେଦିତା ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଅନୁରୋଧ କରିଛନ୍ତି ।

Spread the love