୧ହଜାର କୋଟିର ଠକେଇ ମାମଲା, ଜେରା ହେବେ ଅଭିନେତା ଗୋବିନ୍ଦା

ଓଡିଶା ଅର୍ଥନୈତିକ ଅପରାଧ ଶାଖା ତରଫରୁ ଅଭିନେତା ଗୋବିନ୍ଦା ଆହୁଜାଙ୍କୁ ନୋଟିିସ ଜାରି କରାଯାଇଛି । ୧ହଜାର କୋଟି ଟଙ୍କାର ଅନଲାଇନ ଅର୍ଥ ଠକେଇ ମାମଲାରେ ଗୋବିନ୍ଦାଙ୍କ ସଂପୃକ୍ତି ଥିବା ଅଭିଯୋଗ ଉପରେ ଇଓଡବ୍ଲ୍ୟୁ ଗୋବିନ୍ଦାଙ୍କୁ ଜେରା କରିବ । ସମଗ୍ର ଭାରତବର୍ଷର ପାନ୍ ଇଣ୍ଡିଆ ନାମକ ଏକ କମ୍ପାନୀ ଠକେଇ କରିଥିଲା । ଏହି ଠକେଇରେ ଗୋବିନ୍ଦାଙ୍କ ସଂପୃକ୍ତି ଥିବା ଜଣାପଡିଛି ।

ସୂଚନା ମୁତାବକ ସୋଲାର ଟେକ୍ନୋ ଆଲାଏନ୍ସ ନାମକ ଏକ କମ୍ପାନୀ ବିଶ୍ୱର ବିଭିନ୍ନ ଦେଶରେ ନିଜର ଶାଖା ଖୋଲି କ୍ରିପ୍ଟୋକରେନ୍ସି ନିବେଶ ବାହାନାରେ ଏକ ଅନଲାଇନ ପଞ୍ଜି ସ୍କିମ ଚଳାଇଥିଲା । କମ୍ପାନୀ ସାରା ଦେଶରେ ୨ଲକ୍ଷରୁ ଅଧିକ ଲୋକଙ୍କ ଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ବିନା ଅନୁମତିରେ ୧ ହଜାର କୋଟିରୁ ଅଧିକ ଟଙ୍କାର ଜମା ସଂଗ୍ରହ କରିଥିଲା ।

ଏକ ଜାତୀୟ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ମୁତାବକ ଇଓଡବ୍ଲ୍ୟୁର କର୍ତ୍ତୁପକ୍ଷ କହିଛନ୍ତି କି, ବର୍ତ୍ତମାନ ଗୋବିନ୍ଦା ସନ୍ଦିଗ୍ଧ କିମ୍ବା ଅଭିଯୁକ୍ତ ନୁହଁନ୍ତି । କେବଳ କମ୍ପାନୀ ସମର୍ଥରେ ପ୍ରଚାର କରିଥିବା କାରଣରୁ ତାଙ୍କୁ ପଚରା ଉଚରା କରାଯିବ । ଏହି କ୍ରମରେ ଯାଂଚକାରୀ ଦଳ ଗୋବିନ୍ଦାଙ୍କ ବୟାନରୁ କମ୍ପାନୀର ଦୁର୍ନୀତି ବିଷୟରେ ଅଧିକ ସୂଚନା ପାଇବାକୁ ଚେଷ୍ଟା କରିବ ବୋଲି କୁହାଯାଇଛି ।

ଗୋବିନ୍ଦା ଚଳିତ ବର୍ଷ ଜୁଲାଇ ମାସରେ ଗୋଆରେ କମ୍ପାନୀ ଦ୍ୱାରା ଆୟୋଜିତ ଏକ ମେଗା ଇଭେଣ୍ଟରେ ଯୋଗ ଦେଇଥିଲେ । ତେଣୁ ଓଡିଶା ଇଓଡବ୍ଲ୍ୟୁର ଏକ ଟିମ୍ ଖୁବଶୀଘ୍ର ମୁମ୍ବାଇରେ ପହଂଚି କମ୍ପାନୀ ସହ ତାଙ୍କର ସଂପର୍କ ବିଷୟରେ ଅଭିନେତାଙ୍କୁ ପଚରା ଉଚରା କରିବ ।

Spread the love