ଶଙ୍ଖା ସିନ୍ଦୁର ପିନ୍ଧି କଲେଜରେ ବାହା ହେଲେ ଦୁଇ ଛାତ୍ରଛାତ୍ରୀ
ନୟାଗଡ : ରିଲ୍ସ ପାଇଁ ମିଛି ମିଛିକା ବାହାଘର । ସିନ୍ଦୁର ପିନ୍ଧା ହଉଛି ସଙ୍ଖା ବି ପିନ୍ଧା ହଉଛି ଆଉ ପରେ ମୁଣ୍ଡିଆ ବି ମରାହଉଛି କିନ୍ତୁ ହଉଛି ମିଛ ବାହାଘର । ରିଲ୍ସ ପାଇଁ ହୋଇଛି ଏସବୁ ଅଭିନୟ । ମନ୍ତ୍ର ବି ପଢ଼ାହଉଛି ଆଉ ବାହାଘର ପରେ ଆଶିର୍ବାଦ ବି ନିଆ ହେଉଛି । ଆପଣ ପ୍ରତ୍ୟେକଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ରିଲ୍ସ ଦେଖୁଛନ୍ତି ଅନେକ ନୂଆ ନୂଆ ରିଲ୍ସ ବି ଦେଖୁଛନ୍ତି କିନ୍ତୁ ରିଲ୍ସ ବନାଇବା ପାଇଁ ଏମିତି ଦୃଶ୍ୟ ବୋଧହୁଏ ପ୍ରଥମ ଥର ଦେଖୁଥିବେ । ଆଜ୍ଞା ଏ ଦୃଶ୍ୟ ଅନ୍ୟ କେଉଁଠି ନୁହେଁ ବରଂ ଓଡିଶାରେ । ଓଡିଶାର ନୟାଗଡର ଏକ ସରକାରୀ କଲେଜର ଏ ଦୃଶ୍ୟ ।
କଲେଜରେ ପାଠ ପଢ଼ିବାକୁ ଆସିଥିବା ଏ ଛାତ୍ରଛାତ୍ରୀ କ୍ଲାସ ବନ୍ଦ କରି କଲେଜର ପଛପଟେ କରୁଛନ୍ତି ଏହି କାମ । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ପୂରା ବାହାଘର ଚାଲିଛି ତାହାପୁଣି ମନ୍ତ୍ର ଉଚ୍ଚାଣରେ । ଏହି ୩୦ ସେକେଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରୀଙ୍କ ମୁଣ୍ଡରେ ସିନ୍ଦୂର ଓ ହାତରେ ଶଙ୍ଖା ପିନ୍ଧାଉଛନ୍ତି । ନିକଟରେ ଉପସ୍ଥିତ ଥିବା ସାଥି ଛାତ୍ରୀମାନେ ପ୍ରତିବାଦ ନ କରି ହସି ହସି ବିବାହ ଉତ୍ସବର ମଜ୍ଜା ନେଉଛନ୍ତି । ଏପରି କି ଛାତ୍ରୀ ଜଣକ ସମ୍ପୃକ୍ତ ଛାତ୍ରଙ୍କ ସମେତ ପାଖରେ ଥିବା ସହପାଠୀମାନଙ୍କ ଆଶୀର୍ବାଦ ନେଉଛନ୍ତି । ଆଉ ସେମାନେ ବି ଭଲ ଆଶିର୍ବାଦ ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କହୁଛି ବୁଢ଼ିଟେ ହେଇଥାଏ ପୁଣି ଆଉ ଜଣେ କହୁଛି ଅଇସୁଲକ୍ଷଣୀ ଭବ । ପୁଣି କିଏ କହୁଛି ୬ଟା ପିଆର ମାଆ ହ ଆଉ ଜଲଦି ହ ।
ଭିଡିଓରେ ପରସ୍ପରକୁ ଆଲିଙ୍ଗନ ମଧ୍ୟ କରୁଛନ୍ତି । ପାଖରେ କେତେଜଣ ଛାତ୍ରୀ ରହି ଏହି ଛାତ୍ରୀଛାତ୍ରଙ୍କ ସହ ମିଶି ଭଲ ପୋଜ ଦେଇ ଫଟୋ, ଭିଡିଓ କରିବା ସହ ମଜା ନେଉଛନ୍ତି । ନୟାଗଡ଼ର ଏକ କଲେଜର ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭିଡିଓର ସୁଟିଂ ହୋଇଥିବା ଜଣାପଡ଼ୁଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ରିଲ୍ସରେ ସିନ୍ଦୂର ସିନ୍ଦୂର କହିଯାଏ ମତେ ଆଜି ତୁମେ ମୋର ମୁଁ ତୁମର ଗୀତ ବାଜୁଛି । ରିଲ୍ମ ସୁଟିଂ ପରେ କଲେଜ ବିବାଦ ଘେରକୁ ଆସିଛି । ରିଲ ଭାଇରାଲ ହେବା ପରେ ଛାତ୍ରୀଛାତ୍ର ବିବାହ କରିଛନ୍ତି ନା ରିଲ୍ବ ସୁଟିଂ କରି ମଜା ନେଉଛନ୍ତି ତାହାର ତଦନ୍ତ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ଏହି ଘଟଣାରେ ଭାଇରାଲ ହେଉଥିବା ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।