ଗାନ୍ଧୀଧାମ-ପୁରୀ ଟ୍ରେନ୍‌ ଭିତରେ ୨ ଯାତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଟିଟିଲାଗଡ଼: ଗାନ୍ଧୀ ଧାମ-ପୁରୀ ଟ୍ରେନ୍‌ ଭିତରେ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ଯାତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ୨ ଜଣଙ୍କ ବେକ କାଟି ହତ୍ୟା ଉଦ୍ୟମ ହୋଇଛି। ଗୁରୁତରଙ୍କୁ ଟିଟିଲାଗଡରୁ ରେଳବାଇ ପୁଲିସ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଛି। ମାତ୍ର ସେମାନଙ୍କର ଅବସ୍ଥା ଭଲ ନଥିବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।  ଅଭିଯୁକ୍ତକୁ ପୁଲିସ ନିଜ ହେପାଜତକୁ ନେଇଛି।

Spread the love