ନୂଆଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ଭଉଣୀ ଗୀତା ମେହେଟ୍ଟାଙ୍କର ଶେଷ କୃତ୍ୟରେ ଯୋଗ ଦେବେ

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀରେ ଭଉଣୀ ଗୀତା ମେହେଟ୍ଟାଙ୍କର ଶେଷ କୃତ୍ୟ ହେବାକୁ ଥିବାବେଳେ ଭଉଣୀଙ୍କ ଶେଷ ଦର୍ଶନ କରିବେ ନବୀନ ।
ପ୍ରଖ୍ୟାତ ଲେଖିକା ଓ ଭଲ ସାମ୍ବାଦିକ ଭାବେ ଜଣାଶୁଣା ଥିଲେ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା । ଗତକାଲି ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତାଙ୍କ ଶେଷ ଦର୍ଶନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯାଇଛନ୍ତି ।

Spread the love