ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ ମୋଦିଜୀ କଲେ ସମ୍ମାନୀତ

ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ ଅବସରରେ କୌଳିକ ବୃତିଧାରୀଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହିକ୍ରମରେ ଓଡ଼ିଶାର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବସନ୍ତଙ୍କୁ ମଂଚ ଉପରକୁ ଡାକି ସମ୍ମାନିତ କରିବା ସହ ତାଙ୍କୁ ପ୍ରମାଣପତ୍ର ଦେଇଛନ୍ତି । ପୁରୀ ସହରର ବସନ୍ତ ରଣା ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ନିର୍ମାଣ କରନ୍ତି । ପିଢ଼ି ପରେ ପିଢ଼ି କୌଳିକ ବୃତି ଭାବେ ଏହା କରିଆସୁଛନ୍ତି । ନୂଆଦିଲ୍ଲୀରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଆଜି ବସନ୍ତଙ୍କୁ ମୋଦୀ ସମ୍ବର୍ଦ୍ଧନା ଦେଇଛନ୍ତି ।

Spread the love