ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ‘ବିଲ୍ ପାରିତ ହେବା ପରେ ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା’

ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ଦିଲ୍ଲୀ ଜାତୀୟ ବିଜେପି କାର୍ଯ୍ୟାଳୟରେ ଦଳର କର୍ମୀମାନେ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଦେଶବାସୀଙ୍କୁ ଉଦବୋଧନ ଦେଇ ମୋଦୀ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀ କହିଛନ୍ତି, ଏହି ବିଲକୁ ସମସ୍ତ ଦଳ ସମର୍ଥନ ଜଣାଇଛନ୍ତି । ଯେଉଁମାନେ ପୂର୍ବରୁ ଏହି ବିଲକୁ ବିରୋଧ କରୁଥିଲେ ସେମାନେ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଛନ୍ତି ।କାରଣ ଗତ ୧୦ ବର୍ଷ ହେଲା ଦେଶରେ ମହିଳାଙ୍କ ଅଧିକାର ଉପରେ ଗୁରୁତ୍ୱ ଦିଆଯାଉଛି । ଗଣତନ୍ତ୍ରରେ ମହିଳାଙ୍କ ଅଂଶଗ୍ରହଣ ପାଇଁ ଗତ ତିନି ଦଶନ୍ଧୀ ଧରି ବିଜେପି କାର୍ଯ୍ୟ କରିଆସୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମହିଳା ସଂରକ୍ଷଣ ବିଲ ଆମର ପ୍ରତିଶ୍ରୁତି ଥିଲା. ଆଜି ଆମେ ଏହାକୁ ପୁରଣ କରିଛୁ ବୋଲି କହିଛନ୍ତି ମୋଦୀ । ମହିଳା ବିଲ ଏକ ସାଧାରଣ ଆଇନ ନୁହେଁ । ଏହା ହେଉଛି ନୂଆ ଭାରତର ନୂଆ ଗଣତାନ୍ତ୍ରିକ ପ୍ରତିଶ୍ରୁତି । ଏହି ବିଲ ଇତିହାସ ସୃଷ୍ଟି କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Spread the love