୪ରେ ଖୋଲିବ ୟୁନିଟ୍‌-୧ ହାଟ, ବ୍ୟବସାୟୀ ଉତ୍ସାହିତ

ଭୁବନେଶ୍ବର: ଦୀର୍ଘ ୬ ଦିନ ପରେ ୟୁନିଟ୍‌-୧ ହାଟ ଅକ୍ଟୋବର ୪ ତାରିଖ (ବୁଧବାର) ଠାରୁ ‌ଖୋଲିବ। ୟୁନିଟ୍‌-୧ ହାଟରେ ପୁଣି ଥରେ ଦୋକାନୀ ଓ ଗ୍ରାହକଙ୍କ ଭିଡ଼ ଜମିବ। ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ ହେବ। ଦଶହରା ପୂର୍ବରୁ ଏଠାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଥିବାରୁ ବ୍ୟବାସାୟୀମାନଙ୍କ ମନରେ ଖୁସି‌ ଦେଖିବାକୁ ମିଳୁଛି। ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ବାଇଁ କହିଛନ୍ତି, ପାର୍କିଂ ସମେତ ଜବରଦଖଲ ଏବଂ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓଲ୍ହାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ। ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଆଜି ବିଏମସି ଟିମ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି ସଂଘ ସଭାପତି। ସେହିପରି ମୁଖ୍ୟ ପାର୍କିଂ ସମସ୍ୟାକୁ ସମାଧାନ କରିବାକୁ ୨ ରୁ ୪ ଦିନ ସମୟ ନେବା ସହ ସମାଧାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।

Spread the love