ହୃଦ୍‌ଘାତରେ ଟ୍ରାଫିକ୍‌ ଏଏସ୍ଆଇଙ୍କ ମୃତ୍ୟୁ

ରାଉରକେଲା: ହୃଦ୍‌ଘାତରେ ଟ୍ରାଫିକ୍‌ ଏଏସ୍‌ଆଇ ରୁଚିଚରଣ ବିଶ୍ବାଳ (୫୯)ଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ପ୍ରାୟ ୧.୩୦ରେ ନିଜ ବାସଭବନରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋ‌ଷଣା କରିଥିଲେ। ରୁଚିଚରଣ ଟ୍ରାଫିକ୍‌ ପୁଲିସରେ ଜଣେ କର୍ମଷ୍ଠ କର୍ମଚାରୀ ଥିଲେ। କାମ ପାଇଁ କିଛି ଦିନ ଛୁଟିରେ ଘରେ ଥିଲେ। ତାଙ୍କର ମୃତ୍ୟୁକୁ ନେଇ ଟ୍ରାଫିକ୍‌ ପୁଲିସ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି।

Spread the love