ଭୁବନେଶ୍ୱରରେ ଆନ୍ଦୋଳନ କରିବା ପରେ ହରାଇଥିଲେ ଚାକିରି, ପୁଣି ଯୋଗଦେବେ ଭାରତୀ ସିଂହ

ବାରିପଦା/ଭୁବନେଶ୍ବର: ମୟୂରଭଂଜର ଆଦିବାସୀ ମହିଳା ତଥା ବ୍ୟାଙ୍କମିତ୍ର ଭାରତୀ ସିଂହ ଚାକିରି ଫେରିପାଇଛନ୍ତି। ବ୍ୟାଙ୍କ ମିତ୍ର ଭାବେ ସେ ଚାକିରି କରୁଥିଲେ। କିନ୍ତୁ ଭୁବନେଶ୍ୱରରେ ଆନ୍ଦୋଳନ କରିବା ପରେ ତାଙ୍କୁ ଚାକିରିରୁ ଅଚାନକ ହଟାଇ ଦିଆଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକରେ ସେ କାମ କରୁଥିଲେ। ଏବେ ତାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବିଏଲଏଫ ପକ୍ଷରୁ ଚିଠି ହୋଇଛି। ଚାକିରି ହରାଇବା ପରେ ସେ କୋର୍ଟକୁ ଯିବେ ବୋଲି ଧମକ ଦେଇଥିଲେ। ଏବେ କିନ୍ତୁ ବିଏଲଏଫ ପକ୍ଷରୁ ଚାକିରିରେ ଯୋଗ ଦେବାକୁ ଭାରତୀଙ୍କୁ ଚିଠି ଆସିବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି। ସରକାର ତାଙ୍କ ଦାବି ଶୁଣିଥିବା କହିଛନ୍ତି ଭାରତୀ ସିଂହ।

ଭାରତୀ ସିଂହ ଗଣମାଧ୍ୟମ ଆଗରେ ବାସ୍ ଏତିକି କହିଥିଲେ ଯେ ୫ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ ସବୁ ସ୍ଥାନ ବୁଲି ଯେଉଁ ଅର୍ଥ ବ୍ୟୟ କରୁଛନ୍ତି ସେହି ଅର୍ଥ ଯଦି ସେ ଗରିବ କଲ୍ୟାଣ ନିମନ୍ତେ ଲଗାନ୍ତେ ତେବେ ପ୍ରକୃତରେ ସମସ୍ତେ ଉପକୃତ ହୁଅନ୍ତେ। ଏ ଯୋଜନା ସେ ଯୋଜନା କହି ଲୋକଙ୍କୁ ନ ଭଣ୍ଡାଇ ଯଦି ସତରେ କିଛି କରିବାର ଅଛି ତେବେ କରିକି ଦେଖନ୍ତୁ।

Spread the love