ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବୁଧବାର ସ୍ଥାନୀୟ ଏସ୍‌ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି। ବର୍ଷା ଅନୁଭବ ଘରୋଇ ହିଂସା ଅଭିଯୋଗ ନେଇ କୋର୍ଟରେ ବର୍ଷା ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଉଭୟ ବର୍ଷା ଅନୁଭବଙ୍କ ମଧ୍ୟରେ ମଧ୍ୟସ୍ଥତା ଜାରି ରହିଛି। ତେବେ ଏହାରି ଭିତରେ ଅନୁଭବ ମଧ୍ୟ ଗତ ଥର ମଧ୍ୟସ୍ଥତା ସମୟରେ ଆଉ ଏକ ନୂଆ ପିଟିସନ ଦାୟର କରିଛନ୍ତି। ଆଜି ସେହି ଆବେଦନ ଉପରେ ଶୁଣାଣି ହୋଇପାରେ ବୋଲି ଆଶା କରାଯାଉଛି।

ସାଂସଦ ଅନୁଭବ ମହାନ୍ତି ବର୍ଷାଙ୍କ ଉଦ୍ଦେଶ୍ୟରେ ଆବେଗଭରା ଭିଡିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ କରିଥିଲେ। ଏଥିରେ ସେ କହିଥିଲେ ଯେ, ଦୟାକରି ଡ୍ରାମା ବନ୍ଦ କରି ଛାଡ଼ପତ୍ର ସ୍ୱୀକାର କରନ୍ତୁ।  ‘ନମସ୍କାର ବର୍ଷା ପ୍ରିୟଦର୍ଶନୀ ମ୍ୟାଡାମ୍। ଏ ଭିଡିଓ ଆପଣଙ୍କ ପାଇଁ ସୁଟ୍‌ କରିଛି। ଅତି ସମ୍ମାନର ସହିତ ଏହାକୁ ସୁଟ୍ କରୁଛି। କୌଣସି ଅପମାନ ଦେବା ମୋର ଉଦ୍ଦେଶ୍ୟ ନାହିଁ। କି କୌଣସି ପ୍ରକାର ଆପଣଙ୍କ ଚରିତ୍ରକୁ ସଂହାର କରିବାର ଉଦ୍ଦେଶ୍ୟ ନାହିଁ। ମୁଁ ଭିଡିଓ ସୁଟ୍ କରିବା ଆରମ୍ଭରୁ ଆପଣଙ୍କୁ ଜଣାଇ ଦେଉଛି…. ରାତି ପାହି ଗଲାଣି, ସକାଳ ୫ଟା ଉପରେ ହେଲାଣି। କିନ୍ତୁ ମୁଁ ମୋ ପରିରବାର କୌଣସି ବ୍ୟକ୍ତି ଶୋଇପାରୁ ନାହୁଁ। କାରଣ କଣ ମୋ ବାପାଙ୍କ ଦେହ ଅସୁସ୍ଥ। ମୋ ଘରର ପଶୁ ଦେହ ବି ଅସୁସ୍ଥ। ତିନି ବର୍ଷ ଉପରେ ହେଲା ତାଙ୍କର ଡାଏଲିସିସ୍‌ ହେଲାଣି। ବାପା ହୋସ୍‌ରେ ରହିପାରୁ ନାହାନ୍ତି। ଲୋକଙ୍କୁ ଚିହ୍ନି ପାରୁ ନାହାନ୍ତି। ରାତିରେ ବାପା ଶୋଇପାରୁ ନାହାନ୍ତି। ବାପା ଶୋଇପାରୁ ନ ଥିବାରୁ ମୋ ମା ବି ଶୋଇପାରୁ ନାହାନ୍ତି। ବାପା ମା ଶୋଇପାରୁ ନ ଥିବାରୁ ମୁଁ କି ମୋ ସାନ ଭାଇ, କି ସାନଭାଇର ପରିବାର କେହି ଶୋଇପାରୁ ନାହାନ୍ତି। ବର୍ଷା ମ୍ୟାଡାମ୍‌, ମୁଁ ଟୁଇଟର୍‌ରେ ଆପଣଙ୍କୁ ଅନୁରୋଧ କରିଥିଲି ଆପଣଙ୍କର କେତେ ଭୁଲ ରହିଛି କେତେ ନ ରହିଛି ସେଟା ଆପଣ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଯୋଉଟା ପରିବାର ଅଦାଲତରେ ସବୁ ପ୍ରମାଣ ଦେଲା ପରେ ବି ଦୁର୍ଭାଗ୍ୟବଶତଃ ଗୋଟିଏ ଐତିହାସିକ ଜଜ୍‌ମେଣ୍ଟ ଆସିଲା।

Spread the love