ନବରାତ୍ରି ପୂର୍ବରୁ ଘରୁ ବାହାର କରନ୍ତୁ ଏହି ସବୁ ଜିନିଷ, ନଚେତ୍‌ ଆକର୍ଷିତ ହେବ ନକରାତ୍ମକ ଶକ୍ତି

ମା’ ଦୁର୍ଗା ପ୍ରତି ମୁହୂର୍ତ୍ତରେ ନିଜ ଭକ୍ତମାନଙ୍କୁ ସୁରକ୍ଷା ଦିଅନ୍ତି, କିନ୍ତୁ ନବରାତ୍ରି ସମୟରେ ମା’ ଦୁର୍ଗାଙ୍କୁ ପୂଜା କଲେ ବିଶେଷ ଫଳ ମିଳିଥାଏ । ଏହି ସମୟରେ ଉପାସନାର ଲାଭ ମଧ୍ୟ ଶୀଘ୍ର ମିଳିଥାଏ । ଏହାର କାରଣ ହେଉଛି ମା’ ଦୁର୍ଗା ନବରାତ୍ରି ସମୟରେ ପୃଥିବୀରେ ରୁହନ୍ତି ଏବଂ ତାଙ୍କ ଭକ୍ତଙ୍କ ସମସ୍ତ ଇଚ୍ଛାକୁ ପୂରଣ କରନ୍ତି । କୁହାଯାଏ ଯେ ନବରାତ୍ରି ଭଳି ପବିତ୍ର ଦିନରେ ଯେଉଁଠାରେ ମା’ଙ୍କ ପ୍ରତିମା କିମ୍ବା ଚିତ୍ରକୁ ପୂଜା କରାଯାଏ ମା ଦୁର୍ଗା ସେହି ସବୁ ସ୍ଥାନରେ ରୁହନ୍ତି ଏବଂ ତାଙ୍କ ଭକ୍ତଙ୍କ ଉପାସନାକୁ ପ୍ରତ୍ୟେକ୍ଷ ଭାବେ ଗ୍ରହଣ ମଧ୍ୟ କରନ୍ତି । ତେଣୁ ମାତା ଦୁର୍ଗାଙ୍କ ଆଶୀର୍ବାଦ ପାଇବା ପାଇଁ ନବରାତ୍ରିକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ନବରାତ୍ରି ପୂର୍ବରୁ ମଧ୍ୟ ଲୋକମାନେ ଘରେ ପ୍ରସ୍ତୁତି ଆରମ୍ଭ କରନ୍ତି । ତେବେ ଶାରଦୀୟ ନବରାତ୍ରି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏପରି ସ୍ଥଳେ ଯଦି ଆପଣ ମା’ ଦୁର୍ଗାଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଆପଣଙ୍କ ଘରୁ ଏପରି କିଛି ଜିନିଷ ଫିଙ୍ଗିଦିଅନ୍ତୁ ଯାହା ଆପଣଙ୍କ ଘରେ ନକାରାତ୍ମକତା ଆଣିଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ବିଷୟରେ ।

ଭଙ୍ଗା ମୂର୍ତ୍ତି :
ଘରେ ଭଗବାନଙ୍କର କୌଣସି ଭଙ୍ଗା ମୂର୍ତ୍ତି ରଖିବା ଅଶୁଭ ହୋଇଥାଏ । ଯଦି ଆପଣଙ୍କ ଘରେ କୌଣସି ଭଙ୍ଗା ଭୂର୍ତ୍ତି ଥାଏ ତେବେ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଏହାକୁ ବାହାର କରି କୌଣସି ନଦୀରେ ଭସାଇ ଦିଅନ୍ତୁ ।

ପୁରୁଣା ଜୋତା ଏବଂ ଚପଲ :
ଯଦି ଆପଣଙ୍କ ଘରେ ପୁରୁଣା ଜୋତା ଏବଂ ଚପଲ ଅଛି, ଯାହାକୁ ଆପଣ ବ୍ୟବହାର କରୁନାହାଁନ୍ତି, ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଏହାକୁ ଘରୁ ବାହାର କରି ଦିଅନ୍ତୁ । ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ପୁରୁଣା ଜୋତା ଏବଂ ଚପଲକୁ ଘରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଆସିଥାଏ ।

ବନ୍ଦ ଘଣ୍ଟା :
ଘରେ ବନ୍ଦ ଘଣ୍ଟା ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଉନ୍ନତି ବାଧା ପ୍ରାପ୍ତ ହୋଇଥାଏ ଏବଂ ଘରେ ନକାରାତ୍ମକତା ବଢ଼ିଥାଏ । ତେଣୁ ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ଘରେ ବନ୍ଦ ପଡିଥିବା ଘଣ୍ଟା ଏବଂ ଅନ୍ୟାନ୍ୟ ଅନାବଶ୍ୟକ ଜିନିଷକୁ ବାହାର କରନ୍ତୁ ।

ଭଙ୍ଗା କାଚ :
ଭଙ୍ଗା କାଚ କିମ୍ବା ସେଥିରେ ତିଆରି ହୋଇଥିବା ଜିନିଷ ଘରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ । ଯେଉଁ କାରଣରୁ ଆର୍ଥିକ ଅବସ୍ଥା ଦୁର୍ବଳ ହେବାକୁ ଲାଗେ । ତେଣୁ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଘରେ ଥିବା ଭଙ୍ଗା କାଚ ଜିନିଷ ବାହାର କରି ନିଅନ୍ତୁ ।

ବ୍ୟବହାର ହେଉନଥିବା ଧାର୍ମିକ ପୁସ୍ତକ :
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କୌଣସି ପ୍ରକାରର ଚିରି ଯାଇଥିବା ଧାର୍ମିକ ପୁସ୍ତକ ରଖନ୍ତୁ ନାହିଁ । ଯଦି କୌଣସି ପୁସ୍ତକ ଚିରି ଯାଇଥିବ ତେବେ ଏହାକୁ ନବରାତ୍ରି ପୂର୍ବରୁ ପାଣିରେ ଭସାଇ ଦେବା ଉଚିତ ।

Spread the love