ଜେଏନୟୁ ହିଂସା- ଛାତ୍ର ସଂସଦ ସଭାପତିଙ୍କ ସମେତ 20 ଜଣଙ୍କ ନାମରେ ମାମଲା ରୁଜୁ

ଜେଏନୟୁ ଛାତ୍ର ସଂସଦ ସଭାପତି  ଗୁରୁତର ହୋଇଥିବା ଆଈଶୀ ଘୋଷଙ୍କ ସମେତ 20 ଜଣଙ୍କ ନାମରେ ଏତଲା ରୁଜୁ ହୋଇଛି। ଗତ 4 ତାରିଖରେ ଏହି ଛାତ୍ରମାନେ ସର୍ଭର ରୁମରେ ଭଙ୍ଗାରୁଜା କରିବା ସହିତ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜେଏନୟୁ ପ୍ରଶାସନ ପକ୍ଷରୁ ଗତ 5 ତାରିଖରେ ଏହି ଏତଲା ଦିଆଯାଇଥିଲା।

ଜେଏନୟୁରେ ହଷ୍ଟେଲ ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରମାନେ ଗତ ଶୁକ୍ରବାର ବିଶ୍ଵବିଦ୍ୟାଳୟ ସର୍ଭର ବନ୍ଦ କରିଦେଇଥିଲେ। ଫଳରେ ବିଶ୍ଵବିଦ୍ୟାଳୟ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହିତ ୱିଣ୍ଟର ସେମିଷ୍ଟର ପଞ୍ଜୀକରଣ ବନ୍ଦ ହୋଇଯାଇଥିଲା। ଅନ୍ୟପଟେ ସର୍ଭର ବନ୍ଦ କରିଥିବା ଛାତ୍ରମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରଡ କରାଯିବ ବୋଲି ଜେଏନୟୁ ପ୍ରଶାସନ କହିଛି। ଜେଏନୟୁ ପ୍ରଶାସନ ସୂଚନା ଅନୁସାରେ, ଗତ 4 ତାରିଖ ଅପରାହ୍ନ ପ୍ରାୟ 1 ଟାରେ ଏକ ଛାତ୍ର ଗୋଷ୍ଠୀ ମୁହଁରେ ମୁଖା ବାନ୍ଧି ସେଣ୍ଟର ଫର ଇନଫର୍ମେଶନ ସିଷ୍ଟମ ପ୍ରକୋଷ୍ଠରେ ପ୍ରବେଶ କରି ପାୱାର ସପ୍ଲାଇ ବନ୍ଦ କରିଦେଇଥିଲେ। ଏହା ସହିତ ସର୍ଭର ବି ବନ୍ଦ କରିଦେଇଥିଲେ, ଯାହା ଫଳରେ ପଞ୍ଜୀକରଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା।

Spread the love