କାଲି ଭୁବନେଶ୍ୱର ଜଗିବେ 15 ପ୍ଲାଟୁନ ପୁଲିସ

ଆସନ୍ତାକାଲି 24 ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ପାଳନ ଡାକରା ଦିଆଯାଇଛି । ବନ୍ଦ ପାଳନ ବେଳେ ହିଂସାକୁ ଦୃଷ୍ଟରେ ରଖି ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯିବ। କେବଳ ରାଜଧାନୀ ଭୁବନେଶ୍ବରରେ 15 ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିବେ। ବିଭିନ୍ନ ଛକରେ ପୁଲିସ ଓ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ। ରେଳ ଓ ବସ୍ ଚଳାଚଳ ସ୍ବାଭାବିକ କରିବା ଉପରେ ଗୁରୁତ୍ବ ଦିଆଯିବ। ସଚିବାଳୟ ଓ ସ୍କୁଲରେ ପୁଲିସ ସଜାଗ ରହିବେ। ଏନେଇ ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

Spread the love