ମିଶନ ଗଗନାୟନ : ଅନ୍ତରୀକ୍ଷରେ ଖାଦ୍ୟର ସୁବିଧା

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ଇସ୍ରୋ 20121 ରେ ପ୍ରଥମଥର ପାଇଁ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ଗଗନୟାନ ପଠାଇବା ପାଇଁ ପ୍ରସ୍ତୁତି କରୁଛି। ଏଥିପାଇଁ ଇସ୍ରୋ ଦେଶରୁ 4 ଜଣ ଲୋକଙ୍କୁ ଅନ୍ତରୀକ୍ଷକୁ ପଠାଇବା ପାଇଁ ଚୟନ କରିଛି। ଅନ୍ତରୀକ୍ଷ ଯାତ୍ରୀ ଚଳିତ ମାସର ତୃତୀୟ ସପ୍ତାହରେ ଏକ ବିଶେଷ ପ୍ରଶିକ୍ଷଣ ପାଇଁ ଋଷ ଗସ୍ତ କରିବେ। ଏଥିପାଇଁ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ବିଶେଷ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ଖାଦ୍ୟ ପାଇଁ ଏକ ମେନୁ ପ୍ରସ୍ତୁତ କରାଯାଇଛି। ଏଥିରେ ଏଗ୍ ରୋଲ୍, ଭେଜ୍ ରୋଲ୍, ଇଟିଲି, ମୁଗ ଡାଲି ହାଲୱା, ଭେଜ୍ ପଲଉ ସାମିଲ କରାଯାଇଛି। ଏହାକୁ ମହୀଶୂର ରକ୍ଷା ଖାଦ୍ୟ ଅନୁସନ୍ଧାନ ପ୍ରୟୋଗଶାଳାରେ ପ୍ରସ୍ତୁତ କରାଯାଇଛି। ଅନ୍ତରୀକ୍ଷ ଯାତ୍ରୀଙ୍କ ଖାଦ୍ୟ ଗରମ କରିବାକୁ ଫୁଡ୍ ହିଟର ମଧ୍ୟ ଦିଆଯାଇଛି।

ଏତଦ୍ ବ୍ୟତୀତ ଅନ୍ତରୀକ୍ଷ ଯାତ୍ରୀଙ୍କ ପିଇବା ପାଇଁ ପାଣି ଓ ଜୁସ୍ ଦିଆଯାଉଛି। ଅନ୍ତରୀକ୍ଷରେ ଗୁରୁତ୍ଵାକର୍ଷଣ ନଥାଏ ତେଣୁ ଗଗନୟାନ ଅଭିଯାନ ପାଇଁ ଏକ ବିଶେଷ କଣ୍ଟେନର ପ୍ରସ୍ତୁତ କରାଯାଇଛି। ଏହି ଖାଦ୍ୟ ସବୁ ଏହି କଣ୍ଟେନରରେ ନିଆଯିବ। ଏହି ଖାଦ୍ୟ ସବୁ ଅନ୍ତରୀକ୍ଷ ଯାତ୍ରୀଙ୍କ ଉତ୍ତମ ସ୍ଵାସ୍ଥ୍ୟ ଓ ଏକ ବର୍ଷ ରହିବା ଭଳି ପ୍ରସ୍ତୁତ କରାଯିବ। କିନ୍ତୁ ପକେଟ୍ ଖୋଲିବା ପରେ ଏହାକୁ 24 ଗଣ୍ଟା ମଧ୍ୟରେ ଖାଇବାକୁ ପଡିବ। ଏହି ଖାଦ୍ୟ ଅଧା ଖାଇ ରଖାଯାଇ ପାରିବ ନାହିଁ। ଯେତେବେଳେ ଆପଣ ପ୍ୟାକେଟ୍ ଖୋଲୁଛନ୍ତି ସେହି ସମୟରେ ଏହା ସାମାନ୍ୟ ଖାଇବା ଭଳି ପରିମାଣ ହୋଇଯିବ।

Spread the love