ଆହୁରି ଝଲସିବ ବିଶ୍ୱପ୍ରସିଦ୍ଧ କୋଣାର୍କ, ଭୋର 5ଟାରେ ପହଞ୍ଚିଲେ 5ଟି ସଚିବ ଭିକେ ପାଣ୍ଡିଆନ

ପୁରୀର ଶ୍ରୀମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ  ପରେ ଏବେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ପାଳି । 5-ଟି ସଚିବ ଭି.କେ. ପାଣ୍ଡିଆନ୍ କୋଣାର୍କକୁ ଅଚାନକ ପରିଦର୍ଶନରେ ଆସି ଏହାର ସୌନ୍ଦର୍ଯ୍ୟକରଣ ପ୍ରସ୍ତାବର ଟିକନିକ୍ ଅନୁଧ୍ୟାନ କରିଥିଲେ।
ଗୁରୁବାର ଭୋର୍ 5 ଟାରେ କୋଣାର୍କକୁ ଅଚାନକ ପରିଦର୍ଶନରେ ଆସିଥିଲେ 5-ଟି ସଚିବ ପାଣ୍ଡିଆନ୍ । ସାଙ୍ଗରେ ଥିଲେ ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀବୃନ୍ଦ । ସେମାନେ ସୂର୍ଯ୍ୟମନ୍ଦିର ବୁଲିବା ସହ ସହ ବେଢ଼ା ପରିଦର୍ଶନ କରିଥିଲେ । ସେଠାରୁ ଆଇଓସିଏଲ୍ ର ବ୍ୟାଖ୍ୟାନ କେନ୍ଦ୍ର, ହସ୍ତଶିଳ୍ପ ବଜାର ଓ କୋଣାର୍କ ସଂଲଗ୍ନ ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ବୁଲି ଦେଖିଥିଲେ । କୋଣାର୍କର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହୋଇଥିବା ନକ୍ସାକୁ ଅନୁଧ୍ୟାନ କଲା ପରେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଚନ୍ଦ୍ରଭାଗା ପରିଦର୍ଶନ କରିବାକୁ ଯାଇଥିଲେ ।
Spread the love