ଆଜି ଯୁବ ଦିବସ

ସ୍ୱାମୀ ବିବେକାନନ୍ଦଙ୍କୁ ଯୁବ ଶକ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଇଛି । ଆଜି (ଜାନୁଆରୀ ୧୨) ବିବେକାନନ୍ଦ ଜୟନ୍ତୀ । ତାଙ୍କର ଜୟନ୍ତୀକୁ ପ୍ରତି ବର୍ଷ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ ପ୍ରଥମ ଜାତୀୟ ଯୁବ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା । ସ୍ୱାମୀ ବିବେକାନନ୍ଦ କହୁଥିଲେ ଯେ, କେବଳ ଶାରୀରିକ ଭାବେ ବଳବାନ ନୁହେଁ, ବରଂ ମାନସିକ ରୂପେ ମଜବୁତ ଲୋକ ହିଁ ଯୁବ । ସ୍ୱାମୀ ବିବେକାନନ୍ଦ କହିଥିଲେ, ଯୁବ ପୀଢ଼ି ଉପରେ ମୋର ବିଶ୍ୱାସ । ନୂତନ ପିଢ଼ି ଉପରେ ମୋର ବିଶ୍ୱାସ ରହିଛି । ଭାରତୀୟ ଯୁବ ଶକ୍ତି ସମସ୍ୟାର ସମାଧାନ କରିପାରିବେ । ଜାନୁଆରୀ ୧୨ରେ ଏହି ଦିବସ ପାଳନ କରାଯାଉଥିବାରୁ ସ୍ୱାମୀ ବିବେକାନନ୍ଦଙ୍କ ବାଣୀରୁ ପ୍ରେରଣା ମିଳୁଛି । ସ୍ୱାମୀ ବିବେକାନନ୍ଦ ୧୯୬୩ ମସିହା ଜାନୁଆରୀ ୧୨ରେ ଏକ କୁଳୀନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟନାମ ଥିଲା ନରେନ୍ଦ୍ର ଏବଂ ସେ ଥିଲେ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ । ବର୍ଷ ୧୯୦୨ ଜୁଲାଇ ୪ରେ ବିବେକାନନ୍ଦଙ୍କର ପରଲୋକ ଗମନ ହୋଇଥିଲା । ସ୍ୱାମୀ ବିବେକାନନ୍ଦ ହୁଗୁଳି ନଦୀର ପଶ୍ଚିମ ତଟସ୍ଥିତ ବେଲୁର ମଠରେ ଦେହତ୍ୟାଗ କରିଥିଲେ । ସ୍ୱାମୀ ବିବେକାନ୍ଦନ ଶିକାଗୋରେ ୧୮୯୩ ସେପଟେମ୍ବର ୧୧ରେ ଆୟୋଜିତ ବିଶ୍ୱ ସମ୍ମିଳନୀରେ ଭାଷଣ ଦେଇଥିଲେ । ଏହି ଭାଷଣ ପରେ ତାଙ୍କୁ ବିଶ୍ୱବାସୀ ଜାଣିଥିଲେ ।

Spread the love