ମୁଖ୍ୟମନ୍ତ୍ରୀଙ୍କର କ୍ଷମତାକୁ ଆସିବାର ୨୦ ବର୍ଷ ପରେ ଏବେ ଓଡିଶାର ପଛୁଆ ବର୍ଗର ଲୋକଙ୍କ ବିକାଶ କଥା ମନେପଡିଲା

ଏବେ ରାଜ୍ୟ ସରକାର ଜନଗଣନା ସହିତ ଆର୍ଥୀକ, ସାମାଜିକ ଓ ଜାତିଗତ ଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ରାଜ୍ୟରେ କ୍ଷମତାକୁ ଆସିବାର ୨୦ ବର୍ଷ ପରେ ଏବେ ଓଡିଶାର ପଛୁଆ ବର୍ଗର ଲୋକଙ୍କ ବିକାଶ କଥା ମନେପଡିଲା । ଦେଶର ସମ୍ବିଧାନରେ ପଛୁଆ ବର୍ଗର ଲୋକମାନଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସରଂକ୍ଷଣ ଦେବାର ଅଧିକାର ସମସ୍ତ ରାଜ୍ୟକୁ ଦିଆଯାଇଛି । ଏବେ ସମ୍ବିଧାନର ଯେଉଁ ଧାରା କଥା ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି ସେହି ଧାରାରେ ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଆର୍ଥୀକ ବିକାଶ ପାଇଁ ଥିବା ସଂରକ୍ଷଣ କଥା ଉଲ୍ଲେଖ୍ୟ ଅଛି । ହେଲେ ମୁଖ୍ୟମନ୍ତ୍ରୀ ନିଜେ ସେହି ଧାରାକୁ ରାଜ୍ୟରେ ନିଜେ
ଲାଗୁକରୁନାହାନ୍ତି କି ମାନୁନାହାନ୍ତି । ରାଜ୍ୟ ସରକାର ପଛୁଆ ବର୍ଗ କମିଶନର ନିଯୁକ୍ତି କରିନାହାନ୍ତି । ଯଦି ରାଜ୍ୟ ସରକାର ବାସ୍ତବରେ ପଛୁଆ ବର୍ଗମାନଙ୍କର ବିକାଶ ଚାହୁଁଥାନ୍ତେ ତାହେଲେ ପଛୁଆ ବର୍ଗ କମିଶନର ନିଯୁକ୍ତି ଦେଇଥାନ୍ତେ I

ସାମ୍ବିଧାନିକ ଦୃଷ୍ଟିରୁ ପଛୁଆ ବର୍ଗ କମିଶନର ହେଉଛନ୍ତି ପଛୁଆ ବର୍ଗମାନଙ୍କର ସାମାଜିକ ଓ ଜାତିଗତ ଅଧିକାର ଓ ସୁରକ୍ଷା ବଜାୟ ରଖିବା ପାଇଁ କ୍ଷମତାପ୍ରାପ୍ତ । କାହିଁକି ଓଡିଶାରେ ପଛୁଆ ବର୍ଗର କମିଶନର ପଦ ଫାଙ୍କା ପଡିଛି ଏହା ଉପରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ପ୍ରଶ୍ନ କରିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ପଛୁଆ ବର୍ଗମାନଙ୍କୁ ଶୀକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭% ସରକ୍ଷଣ ମିଳୁଛି । ଓଡିଶାରେ ବିଜୁ ଜନତା ଦଳ ୨୦ ବର୍ଷ ଶାସନ କଲା ପରେ ପଛୁଆ ବର୍ଗର ଲୋକମାନଙ୍କର ଉନ୍ନତି ପାଇଁ ସମ୍ବିଧାନର ଯେଉଁ ପ୍ରାବଧାନ ଅଛି, ଯେଉଁ ସୁବିଧା କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାରମାନେ ଦେଉଛନ୍ତି ତାକୁ ବି ଲାଗୁ କରୁନାହାନ୍ତି । କାହିଁକି ଓବିସି ବର୍ଗର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ମିଳୁନାହିଁ ତାଉପରେ ରାଜ୍ୟ ସରକାର ସ୍ପଷ୍ଟିକରଣ ଦିଅନ୍ତୁ । ଏବେ ରାଜ୍ୟ ସରକାର ଜନଗଣନା ସହିତ ଅର୍ଥନୈତିକ, ସାମାଜିକ ଓ ଜାତିଗତ ଗଣନା କଥା କହିଛନ୍ତି । ୨୦୧୧ର କେନ୍ଦ୍ର ସରକାରଙ୍କ ସାମାଜିକ ଓ ଅର୍ଥନୈତିକ ଜନଗଣନାର ଯେଉଁ ତାଲିକା ଆସିଥିଲା ତାଉପରେ ରାଜ୍ୟ ସରକାର ସନ୍ତୁଷ୍ଟ ହେଲେ ନାହିଁ । ତାକୁ ବାରମ୍ବାର ସଂଶୋଧନ କରିବା ପାଇଁ କହିଲେ ଓ ସଂଶୋଧନ କରାଇଥିଲେ ମଧ୍ୟ ା ସେହି ତାଲିକା ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରି ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଲେ I ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ୨୭ ଲକ୍ଷ ଲୋକଙ୍କର ଏକ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଲେ । ହେଲେ ସେହି ତାଲିକାରେ ବ୍ୟାପକ ଅନିୟମିତତା ଦେଖି ଭାରତୀୟ ଜନତା ପାର୍ଟି ସେହି ତାଲିକାକୁ ଚ୍ୟାଲେଂଜ କରିଲା I ଚାପରେ ବଶବର୍ତୀ ହୋଇ ରାଜ୍ୟ ସରକାର ସେହି ତାଲିକାକୁ ଆଉଥରେ ସାନି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ
ନିର୍ଦ୍ଦେଶ ଦେଲେ । ଏବେ ସେହି ତାଲିକାରୁ ୧୩ ଲକ୍ଷ ୨୫ ହଜାର ପରିବାରକୁ କାଟିବେ ବୋଲି ପଂଚାୟତରାଜ ବିଭାଗ ଚିଠି ଲେଖିଛନ୍ତି । ଖାଲି ସେତିକି ନୁହେଁ ଖାଦ୍ୟ ସୁରକ୍ଷା ଯୋଜନାରେ ବି ୧୮ ଲକ୍ଷ ଲୋକଙ୍କୁ ତାଲିକାରୁ କଟାଗଲା । ଯଦି ଏହି ଦୁଇଟି ଯୋଜନାର ହିତାଧିକାରି ତାଲିକା ପ୍ରସ୍ତୁତି ବେଳେ ଏସଇସିସିର ତାଲିକାକୁ ରାଜ୍ୟ ସରକାର ମାନିଥାନ୍ତେ
ତାହେଲେ ଏପରି ଅନିୟମିତତା ହୋଇନଥାନ୍ତା । ରାଜନୈତିକ ଆଧାରରେ ବିଭିନ୍ନ ଜନକଲ୍ୟାଣକାରି ଯୋଜନାର ତାଲିକା ପ୍ରସ୍ତୁତ ହେଉଥିବାରୁ ପଛୁଆ ବର୍ଗର ପ୍ରକୃତ ହିତାଧିକାରି ମାନେ ବଂଚିତ ହେଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ
କହିଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ପଛୁଆ ବର୍ଗର ଲୋକମାନଙ୍କୁ କ୍ରମାଗତ ଭାବେ ଅବହେଳା କରିଛନ୍ତି । ଯେଉଁ ରାଜ୍ୟ ସରକାରଙ୍କର ପଛୁଆ ବର୍ଗର ଲୋକମାନଙ୍କ ହିତାଧିକାରି ତାଲିକା ପ୍ରସ୍ତୁତ କରିବାରେ ଅକ୍ଷମ
ସେମାନେ ଆଜି କହୁଛନ୍ତି ଯେ ଓବିସି ତାଲିକାରେ କିଏ ରହିବ, ଏସଇସିସି ତାଲିକାରେ କିଏ ରହିବ ଏ କ୍ଷମତା ଆମ ଉପରେ ଛାଡି ଦିଆଯାଉ । ରାଜ୍ୟ ସରକାର ଓବିସି କମିଶନର କେବେ ନିଯୁକ୍ତି ହେବେ ସ୍ପଷ୍ଟ କରନ୍ତୁ । ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗର ଲୋକମାନଙ୍କର ସରକ୍ଷଣକୁ ଲାଗୁ କରନ୍ତୁ ନହେଲେ ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ବ୍ୟାପକ ଜନଆନ୍ଦୋଳନ କରିବ । ଏହି ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

Spread the love