ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମଗ୍ର ଭାରତ ବର୍ଷରେ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି । ଓଡ଼ିଶାର ଘରେ ଘରେ ପ୍ରସ୍ତୁତ ହେଉଛି ମକର ଚାଉଳ । ସକାଳୁ ସକାଳୁ ଦେବାଳୟ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହା ସହ ଗୁଡ଼ି ଉଡ଼ାକୁ ନେଇ ଲୋକଙ୍କ ମନରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଏହି ଅବସରରେ ଆଜି ସକାଳୁ ଶ୍ରଦ୍ଧାଳୁମାନେ ନିଜ ଅଞ୍ଚଳରେ ଥିବା ଜଳାଶୟରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି ।

ଏହି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରିଛନ୍ତି ଯେ, ପରମ୍ପରା ଓ ସଂସ୍କୃତି ରଙ୍ଗରେ ପବିତ୍ର ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।

Spread the love