ଘରେ କରନ୍ତୁ ଏହି ୫ଟି ଫେସ୍ ମାସ୍କ, ତ୍ୱଚାରେ ଆସିବ ଚମକ

ମହିଳାମାନେ କାର୍ଯ୍ୟବ୍ୟସ୍ତତା ଯୋଗୁ ନିଜ ପାଇଁ ସମୟ ଦେଇପାରନ୍ତି ନାହିଁ । ଯାହାଫଳରେ ନିଜ ଚେହେରା ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ନିଜର ସ୍କିନ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଯଦି ଦିନବେଳେ ନିଜ ସ୍କିନ ପ୍ରତି ଧ୍ୟାନ ଦେବାକୁ ସମୟ ହେଉନି ତେବେ ଘରେ ଅତି ସହଜରେ ମିଳୁଥିବା କିଛି ଜିନିଷରେ ମାସ୍କ ପ୍ରସ୍ତୁତ କରି ରାତିରେ ଶୋଇବା ପୂର୍ବରୁ ଫେସରେ ଲଗାଇ ନିଜ ସ୍କିନକୁ ସୁନ୍ଦର ଏବଂ ଗ୍ଲୋଇଂ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫେସ ମାସ୍କ ବିଷୟରେ..

ତରଭୂଜ ରସ: ତରଭୂଜରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ଭରପୂର ମାତ୍ରାରେ ଭିଟାମିନ ସି ରହିଥାଏ । ତରଭୂଜରୁ ରସ ବାହାର କରି ଏହାକୁ ରାତିରେ ଶୋଇବା ପୂର୍ବରୁ ଚେହେରାରେ ଲଗାନ୍ତୁ । ସକାଳେ ଉଠିବା ପରେ ଏହାକୁ ଧୋଇ ଦିଅନ୍ତୁ । ଦେଖିବେ ଏପରି ସପ୍ତାହରେ ଦୁଇରୁ ତିନି ଥର କରିବା ଫଳରେ ସ୍କିନ ସୁନ୍ଦର ଦେଖାଯିବ ।

ଲେମ୍ବୁ-କ୍ରିମ ଫେସ ମାସ୍କ: ଲେମ୍ବୁ ରସରେ ବ୍ଲିଚିଂ ଗୁଣ ରହିଥାଏ । ଯାହା ସ୍କିନକୁ ଟୋନଡ କରିବା ସହ ଅଏଲ ଫ୍ରି କରିଥାଏ । ଏହା ସହିତ କ୍ରିମରେ ଥିବା ଫ୍ୟାଟି ଏସିଡ ସ୍କିନକୁ ହାଇଡ୍ରେଡ ରଖିବାରେ ସାହାଯ୍ୟ କରିଥାଏ । ଏକ ପାତ୍ରରେ ବଡ ଚାମଚ କ୍ରିମ ନିଅନ୍ତୁ ଏବଂ ଏଥିରେ ଲେମ୍ବୁ ରସ ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏବେ ଏହି ପେଷ୍ଟକୁ ଚେହେରାରେ ହାଲକା ଭାବେ ମସାଜ କରି ରାତିସାରା ଛାଡ଼ିଦିଅନ୍ତୁ । ସକାଳୁ ଉଠି ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ ।

ଗୋଲାପ ଜଳ: ତ୍ଵଚାରୁ ଶୁଖୁଲାପଣ ଦୁରେଇବା ପାଇଁ ଗୋଲାପ ଜଳର ବ୍ୟବହାର କରାଯାଏ । ଏହା ତ୍ଵଚାରେ ଲୁଚି ରହିଥିବା ମଇଳା ଦୂର କରିବାରେ ସାହାଯ୍ୟ କରିବା ସହିତ ସ୍କିନକୁ ସୁନ୍ଦର ଏବଂ ଗ୍ଲୋଇଂ କରିଥାଏ । ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ ଲଗାନ୍ତୁ ଏବଂ ସକାଳେ ଉଠି ତ୍ଵଚାକୁ ଧୋଇ ଦିଅନ୍ତୁ ।

ଆଳୁ ରସ ଏବଂ ଗ୍ରୀନ ଟି: ଏକ ପାତ୍ର ନେଇ ଆଳୁ ରସ ସହିତ ଗ୍ରୀନ ଟି ମିକ୍ସ କରିଦିଅନ୍ତୁ । ପରେ ଏହାକୁ ଚେହେରାରେ ଲଗାଇ ରାତିସାରା ଛାଡ଼ିଦିଅନ୍ତୁ । ସକାଳୁ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ ଦୁଇରୁ ତିନି ଥର କରନ୍ତୁ ଦେଖିବେ ଚେହେରାରେ କେତେ ଫରକ ଆସିଛି । ଗ୍ରୀନ ଟି ଆମ ସ୍ୱାସ୍ଥ୍ୟ ସହିତ ସ୍କିନ ପାଇଁ ମଧ୍ୟ ଖୁବ ଉପକାରୀ ।

କ୍ଷୀର ଏବଂ ହଳଦୀ: ହଳଦୀ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍କିନକୁ ସୁସ୍ଥ ରଖିଥାଏ । କଞ୍ଚା କ୍ଷୀରରେ ଲାକ୍ଟିକ ଏସିଡ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ, ଯାହା ତ୍ୱଚାକୁ ନରମ କରିଥାଏ । ତେଣୁ ଏହି ଫେସ ମାସ୍କ ସ୍କିନ ପାଇଁ ଖୁବ ଲାଭଦାୟୀ ହୋଇଥାଏ । ପ୍ରଥମେ ଅଧା ଚାମଚ ହଳଦୀ ଏବଂ କଞ୍ଚା କ୍ଷୀରକୁ ମିଶାଇ ଦିଅନ୍ତୁ । ହାତରେ ନେଇ ଏହାକୁ ଚେହେରାରେ ଲଗାନ୍ତୁ । ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କଲେ ଦେଖିବେ ଚେହେରା ଗ୍ଲୋ ଦେଖାଯିବ । ଏହି ଫେସ ମାସ୍କ ଖରା ଯୋଗୁଁ ହୋଇଥିବା ଟ୍ୟାନ ମଧ୍ୟ ଦୂର କରିଥାଏ ।

Spread the love