ପୁରୀ ଶ୍ରୀମନ୍ଦିର ସାମ୍ନାରେ ଖୋଲା ଆକାଶ ତଳେ ଶୋଉଛନ୍ତି ଯାତ୍ରୀ, 5ଟି ନଜରକୁ କେବେ ଆସିବ ?

ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ଧାମକୁ  ରାଜ୍ୟ ତଥା ରାଜ୍ୟ ବାହରର ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି । ବହୁବାର ସେମାନେ ସେଠାକାର ପଣ୍ଡାମାନଙ୍କର ବ୍ୟବହାରରେ ଅସନ୍ତୋଷ ହେବାପରେ ପ୍ରଶାସନ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିକଟରେ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଚାରିପାଖେ ଜବରଦଖଲ ହଟାଇବାକୁ ଯାଇ ବହୁ ପୁରୁଣା ମନ୍ଦିର ଭାଙ୍ଗି ଦିଆଯାଇଥିଲା । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଖୋଦ 5ଟି ସଚିବ ଅଣ୍ଟା ଭିଡିଥିବା ବେଳେ ରାତିରେ ସେଠାରେ ଗୋଟିଏ ବ୍ୟତିକ୍ରମ ଦେଖିବାକୁ ମିଳିଛି । କିଛି ଯାତ୍ରୀ ଶୀତକାକରରେ ବାହାରେ ଶୋଇଥିବା  ଦେଖିବାକୁ ମିଳିଛି । ଏମିତି ହାଡଭଙ୍ଗା ଶୀତରେ ଯାତ୍ରୀ ଶୋଉଛନ୍ତି କିନ୍ତୁ ପୁଲିସର ନଜରକୁ କେମିତି ଆସୁନାହିଁ ତାହା ଆଶ୍ଚର୍ଯ୍ୟ କଥା । ସୌନ୍ଦର୍ଯ୍ୟକରଣ ନାମରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ କାହାପାଇଁ । ଏସବୁ 5ଟି ସଚିବଙ୍କ ନଜରକୁ କେବେ ଆସିବ ?

Spread the love