ନିର୍ଗୁଣ୍ଡି ଷ୍ଟେସନରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ, 5 ଗୁରୁତର

କଟକ ଟାଙ୍ଗୀ ନିର୍ଗୁଣ୍ଡି ରେ ଷ୍ଟେସନ ଠାରେ ମୁମ୍ବଇ-ଭୁବନେଶ୍ବର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଗୁରୁବାର ସକାଳ 7ଟା ସୁଦ୍ଧା ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପ୍ରାୟ 8ଟି ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଦମକଳ ବାହିନୀ ପହଞ୍ଚିଛି ।

30ରୁ 40ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ 5 ଜଣ ଗୁରୁତର ହୋଇଛନ୍ତି। ଆହତ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ତେବେ କେହି ସଂକଟଜନକ ଅବସ୍ଥାରେ ନାହାନ୍ତି । କିଛି ଯାତ୍ରୀଙ୍କୁ କଟକ ଅବା ଭୁବନେଶ୍ବର ଆଣିବାର ବ୍ୟବସ୍ଥା କରାଯାଇଥିଲା।

Spread the love