କାର ପାର୍କିଂକୁ ନେଇ ଆକ୍ରମଣ ଘଟଣା, ପରମିନ୍ଦରଙ୍କ ଘରକୁ ରାତି ଅଧିଆ ଯାଇଥିଲେ ବିଧାୟକ

କାର ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଟ୍ରାଫିକ ନିକଟରେ ଜଣେ ଶିକ ବ୍ୟକ୍ତିଙ୍କୁ ପୁଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିଲା । ସମ୍ପକ୍ତ 3 ଅଧିକାରୀଙ୍କୁ ବେଲ ମିଳିଯାଇଛି। ଏହାକୁ ନେଇ ପରମିନ୍ଦର ସିଂ କହିଛନ୍ତି ପୁଲିସ କୋହଳ ଦଫା ଲଗାଇ ଥିବାରୁ ସେମାଙ୍କ ବେଲ ମିଳିଯାଇଛି । ଏହା ବ୍ୟତୀୟ ସେ ଆଉକିଛି ସିସିଟିଭି ଫୁଟେଜ ମଧ୍ୟ ଦାଖଲ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ସେ କହିଛନ୍ତି “କିଛି ଅପରିଚିତ ଲୋକ ଆସି ରାତି 1 ଟାରେ ବେଲ୍‌ ମାରିଲେ। କବାଟ ନ ଖୋଲିବାରୁ ପଳାଇଲେ। ପୁଣି ସକାଳେ ଆସି ସହାନୁଭୂତି ଦେଖାଇଲେ। ଭୟଭୀତ ହୁଅ ନାହିଁ, ଆମେ ତୁମ ସହ ଅଛୁ ବୋଲି ଆଶ୍ୱାସନା ଦେଲେ। ହେଲେ ଏହାର କିଛି ସମୟ ପରେ 3 ଅଭିଯୁକ୍ତ ବେଲ୍‌ ପାଇଯାଇଥିବା ଶୁଣିବାକୁ ପାଇଲୁ।” ଏପରି କହିଛନ୍ତି  ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ପରବିନ୍ଦର ପାଲ ସିଂହଙ୍କ ପତ୍ନୀ।

ପୁଲିସ୍‌ ସମ୍ମୁଖରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ସତ୍ତ୍ୱେ 3 ଅଭିଯୁକ୍ତଙ୍କୁ ତୁରନ୍ତ ମିଳିଗଲା ଜାମିନ। ଏହି ଘଟଣାରେ ପୁଲିସ୍‌ର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମାମଲାକୁ ନେଇ ଚାଲିଛି ସରଗରମ ଆଲୋଚନା। ଏପରି କ୍ଷେତ୍ରରେ ଗତ ରାତିରେ ପରବିନ୍ଦରଙ୍କ ଘର ସମ୍ମୁଖରେ ଅନ୍ଧାରୀ ବିଜେ କରିଥିଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୁଲିସ୍ ଅଧିକାରୀ ଅନୁପ କାନୁନ୍‌ଗୋ। ସେମାନଙ୍କ ସହ ଅନ୍ୟ ଦୁଇ ଜଣ ବି ଥିଲେ। ଯାହାର ଭିଜୁଆଲ୍‌ ସିସିଟିଭିରେ କଏଦ ହୋଇଛି । ସେମାନେ କ’ଣ ପାଇଁ ବିଳମ୍ବିତ ରାତିରେ ସେଠାକୁ ଯାଇଥିଲେ ତାହାକୁ ନେଇ ଉଠିଛି ପ୍ରଶ୍ନ।

Spread the love