ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢଉ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ଏହାସହ ତାଙ୍କର ଭବାନୀପାଟଣାର ନକଟିଗୁଡ଼ାସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଚଢ଼ଉ ଚାଲିଥିବା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ଏହି ସୂଚନା ଦେଇଛନ୍ତି। ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି।  ୨୦୧୪ ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Spread the love