ବୟଫ୍ରେଣ୍ଡ୍‌ଙ୍କ ଫୋନ୍‌ରେ ନିଜ ନଗ୍ନ ଫଟୋ ସହିତ ୧୩,୦୦୦ ମହିଳାଙ୍କ ନଗ୍ନ ଫଟୋ ଦେଖିଲେ ଯୁବତୀ; ମାମଲା ରୁଜୁ

ବେଙ୍ଗାଲୁରୁ: ସହକର୍ମୀ ତଥା ବୟଫ୍ରେଣ୍ଡ୍‌ଙ୍କ ଫୋନ୍‌ର ଗ୍ୟାଲେରିରେ ନିଜ ନଗ୍ନ ଫଟୋ ସହିତ ପ୍ରାୟ ୧୩,୦୦୦ ମହିଳାଙ୍କ ନଗ୍ନ ଫଟୋ ଦେଖି  ‘ବିଜ୍‌ନେସ୍‌ ପ୍ରୋସେସ୍‌ ଆଉଟ୍‌ସୋର୍ସିଙ୍ଗ୍‌’ର ଜଣେ ୨୨ ବର୍ଷୀୟ କର୍ମଚାରୀ ବିବ୍ରତ ହୋଇପଡ଼ିଥିବା କଥା ପୁଲିସ କହିଛି। ବୟଫ୍ରେଣ୍ଡ୍‌ଙ୍କ ଫୋନ୍‌ର ଗ୍ୟାଲେରିରେ ଥିବା ଉକ୍ତ ୧୩,୦୦୦ ମହିଳାଙ୍କ ନଗ୍ନ ଫଟୋ ମଧ୍ୟରେ ଉକ୍ତ କମ୍ପାନିର ଆଉ କେତେଜଣ ମହିଳା କର୍ମଚାରୀଙ୍କ ନଗ୍ନ ଫଟୋ ବି ରହିଛି। ଏସବୁ ଦେଖି ଖୁବ୍‌ ବିବ୍ରତ ହୋଇପଡ଼ିଥିବା ଉକ୍ତ ୨୨ ବର୍ଷୀୟ ତରୁଣୀ ନଭେମ୍ବର ୨୦ ତାରିଖ ଦିନ ବୟଫ୍ରେଣ୍ଡ୍‌ଙ୍କ ସହିତ ସମ୍ପର୍କ ବିଚ୍ଛିନ୍ନ କରିବା ସହିତ ଭବିଷ୍ୟତରେ ଅସୁବିଧାରେ ସମ୍ମୁଖୀନ ହେବାରୁ ସହକର୍ମିଣୀମାନଙ୍କୁ ରକ୍ଷା କରିବା ଲାଗି ସେ ଅଫିସ୍‌ର ସିନିୟର୍‌ମାନଙ୍କୁ ସତର୍କ କରାଇ ଦେଇଛନ୍ତି। ବେଲାଣ୍ଡୁର୍‌ରେ ଅବସ୍ଥିତ ଉକ୍ତ କମ୍ପାନିର ଆଇନ ବିଭାଗର ମୁଖ୍ୟା ଏ ସଂକ୍ରାନ୍ତରେ ଅଭିଯୁକ୍ତ ୨୫ ବର୍ଷିୟ ଆଦିତ୍ୟ ‌ସନ୍ତୋଷଙ୍କ ନାଁ’ରେ ସାଇବର୍‌ କ୍ରାଇମ୍‌ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ଅଛି ଯେ, ସନ୍ତୋଷ ଓ ଉକ୍ତ ୨୨ ବର୍ଷୀୟ ଝିଅ ମଧ୍ୟରେ ଗତ ୪ ମାସ ହେବ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ସେହି ସମୟରେ ସନ୍ତୋଷ ଉକ୍ତ ସହକର୍ମୀ ଝିଅର କିଛି ଆପତ୍ତିଜନକ ଫଟୋ ଉଠାଇ ରଖିଥିଲେ। ସେ ଝିଅ ସେ ଫଟୋଗୁଡ଼ିକୁ ‘ଡିଲିଟ୍‌’ କରିବାକୁ ଚାହୁଁଥିଲେ। ତେଣୁ, ସନ୍ତୋଷଙ୍କ ଅଜ୍ଞାତରେ ତାଙ୍କ ଫୋନ୍‌ ନେଇ ଆସିଥିଲେ।

Spread the love