ସୁଡ଼ଙ୍ଗରେ ଥିବା ଶ୍ରମିକମାନେ ପ୍ରଥମେ ଖଣି ମାଲିକଙ୍କୁ ଦେଖି କୁଣ୍ଢାଇ ପକାଇ ‘ଆଲ୍‌ମଣ୍ଡ୍‌’ ଅର୍ପଣ କରିଥିଲେ

ଉତ୍ତରକାଶୀ: ଉତ୍ତରାଖଣ୍ଡ ସୁଡ଼ଙ୍ଗ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହରକୁ ବାହାର କରାଯାଇଛି। ‘ରାଟ୍‌-ହୋଲ୍‌ ମାଇନର୍ସ’ର ଉଦ୍ଧାରକାରୀମାନେ ଡ୍ରିଲ କରିବା ସମୟରେ ହିରୋ ଭାବରେ ଉଭା ହୋଇଥିଲେ। ଉଦ୍ଧାର ପରେ ଫସି ରହିଥିବା ଶ୍ରମିକଙ୍କ ମୁହଁରେ ଥିବା ହସ ସେମାନଙ୍କର ସମସ୍ତ ପରିଶ୍ରମକୁ ସାର୍ଥକ କରିଦେଇଛି। ଉଦ୍ଧାର ପରେ ଖଣି ମାଲିକ ଦେବେନ୍ଦ୍ର ଏନଡିଟିଭିକୁ ତାଙ୍କର ବୟାନ ଦେଇ କହିଛନ୍ତି, ‘‘ଶ୍ରମିକମାନେ ପ୍ରଥମେ ଆମକୁ ଦେଖି ବହୁତ ଖୁସି ହୋଇଥିଲେ। ସେମାନେ ଆମକୁ ଆଲିଙ୍ଗନ କରି ଆଲ୍‌ମଣ୍ଡ ଅର୍ପଣ କରିଥିଲେ।’’

ସେହିପରି ‘ରାଟ୍‌-ହୋଲ୍‌ ମାଇନର୍ସ’ର ଜଣେ ଉଦ୍ଧାରକାରୀ ତାଙ୍କର ବୟାନ ଦେଇ କହିଛନ୍ତି, ‘‘ଆମେ ଯେତେବେଳେ ୧୫ ମିଟର୍‌ କାଟିକି ସେମାନଙ୍କୁ ଦେଖିଲୁ ତ ବହୁତ ଖୁସି ଲାଗିଲା। ସବୁ ଶ୍ରମ ସାର୍ଥକ ହୋଇଗଲା ପରି ଲାଗିଲା।’’ ଉଦ୍ଧାରକାରୀ ଦଳର ମୁଖ୍ୟଙ୍କ କହିବାନୁଯାୟୀ, ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ଦଳ ୨୪ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରୁଥିଲେ। ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସେମାନେ ପଣ କରିଥିଲେ। ସମସ୍ତ ଶ୍ରମିକଙ୍କୁ ସ୍ଥାନାନ୍ତର କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ‘ରାଟ୍‌-ହୋଲ୍‌ ମାଇନର୍ସ’ଙ୍କୁ ଧନ୍ୟବାଦ ଦେବା ପରେ କହିଛନ୍ତି, ‘ମୁଁ ସୁଡ଼ଙ୍ଗରେ ଫସିଥିବା ଶ୍ରମିକମାନଙ୍କୁ ଭେଟିଛି। ସେମାନେ ସୁଡ଼ଙ୍ଗରେ କୌଣସି ଅସୁବିଧାର ସାମ୍ନା କରିନାହାନ୍ତି।’’

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୨ ତାରିଖରେ ଉତ୍ତରପ୍ରଦେଶ ଜିଲ୍ଲାର ସିଲ୍କିଆରାଠାରେ ଭୁଶୁଡି ପଡିଥିବା ସୁଡ଼ଙ୍ଗରେ ଫସି ରହିବାର ୧୭ ଦିନ ପରେ ଗତକାଲି ସନ୍ଧ୍ୟାରେ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

Spread the love